ଚାରଭାଟି ଗାଁରେ ଏକ ସଙ୍ଗେ ନୂଆଁ ଖାଇଲେ ୧୨୦ଟି ପରିବାର

0 406

କଣ୍ଟାମାଳ,୧୧/୯- ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଆଜି ବେଶ ଧୂମଧାମରେ ପାଳନ ହୋଇଯାଇଥିବା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକ ଚାରଭାଟି ଗ୍ରାମବାସୀ ଏକ ନିଆରା ଢଙ୍ଗରେ ଗ୍ରାମରେ ନୂଆଖାଇ ପାଳନ କରଥିବା ଜଣାପଡିଛି । ଗ୍ରାମବାସୀଙ୍କ ପୂର୍ବ ନିଷ୍ପତ୍ତି ପ୍ରକାରେ ଆଜି ଗ୍ରାମର ୧୨୦ ଟି ପରିବାର ଗ୍ରାମ୍ୟ ଦେବୀଙ୍କୁ ନୂଆଚୂରା ଅର୍ପଣ ପରେ ଏକ ସଙ୍ଗେ ଗୋଟିଏ ସ୍ଥାନରେ ବସି ନୂଆଖାଇ ଅଞ୍ଚଳରେ ଏକ ଭିନ୍ନ ପରମ୍ପରା ସୃଷ୍ଟି କରିଛନ୍ତି । ଗ୍ରାମର ୧୨୦ଟି ପରିବାରର ୭୦୦ ଜଣ ନିଜ ମଧ୍ୟରେ ରହିଥିବା ତିକ୍ତତା, ରାଗ, ରୋଷକୁ ଭୁଲି ଆଜି ଏକତ୍ରୀତ ହୋଇ ନୂଆ ଖାଇଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ପରିବାର ଏଥିପାଇଁ ଗ୍ରାମ୍ୟ କମିଟିର ନିଷ୍ପତ୍ତିକ୍ରମେ ଚାନ୍ଦା ଦେଇ ଧାର୍ଯ୍ୟ ସମୟସୀମା ମଧ୍ୟରେ ନୂଆ ଖାଇଥିଲେ । ଗ୍ରାମ୍ୟ କମିଟି ଦ୍ୱାରା ନୂଆଖାଇ ପାଇଁ ସମସ୍ତ ଆୟୋଜନ କରାଯାଇଥିବାବେଳେ ଠିକ ସମୟରେ ବର୍ଷା ଯୋଗୁଁ ନୂଆଖାଇର ଉତ୍ସାହ କମି ଯାଇଥିଲେ ହେଁ ଗ୍ରାମ ବିଦ୍ୟାଳୟ ପରିସରରେ ସଭିଏଁ ଏକତ୍ରୀତ ହୋଇ ଗ୍ରାମଦେବୀଙ୍କୁ ସମର୍ପୀତ ନୂଆ ଚୂରା ଖାଇ ଚଳିତ ବର୍ଷର ନବାନ୍ନ ପାଳନ କରିଥିଲେ ।

hiring

ଏହି ଅବସରରେ ଅନୁଷ୍ଠିତ ସାମୁହିକ ଭୋଜିରେ ସଭିଏଁ ସାମିଲ ହୋଇ ନୂଆଖାଇର ବେଶ ମଜା ଉଠାଇ ଥିଲେ । ରାଜନୈତିକ ଦଳ ଗ୍ରାମ୍ୟ ଏକତାକୁ କଳୁଷିତ କରି ଦେଉଥିବା ବେଳେ ଆଜିର ଏହି ସାମୁହିକ ନବାନ୍ନ ଗ୍ରାମ୍ୟ ଏକତାକୁ ମଜବୁତ କରିବ ବୋଲି ଆୟୋଜକ ଶେଷଦେବ ଗୁରୁ, ସୁଶୀଲକୁମାର ସାହୁ ପ୍ରମୁଖ କହିଥିବା ବେଳେ ଏଭଳି ପରମ୍ପରା ଆଗାମୀ ଦିନରେ ଅନ୍ୟ ଗ୍ରାମବାସୀଙ୍କୁ ପ୍ରେରଣା ଯୋଗାଇବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

one × one =