ଗଜପତି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା

0 63

ଗଜପତି,୧୧/୯- ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଘରୋଇ ବସ ମାଲିକମାନେ ଏକତ୍ରିତ ହୋଇ ନୂତନ ଭାବେ ଏକ ସଙ୍ଘ ଗଠନ କରିଛନ୍ତି । ତାର ନାମ ଗଜପତି ଡିଷ୍ଟ୍ରିକ୍ଟ ୟୁନାଇଟେ ଼ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ରଖାଯାଇଛି । ଇଞ୍ଜ । ଭେଙ୍କଟେ ରାମଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ୩ଟି ଘରୋଇ ବସ ମାଲିକ ସଙ୍ଘ ଯଥା ଗଜପତି ଜିଲ୍ଲା ଘରୋଇ ମଟର ସଙ୍ଘ, ଶିରିଡି ସାଇ ବସ ଆସୋସିଏସନ ଓ ଜଗନ୍ନାଥ ବସ ମାଲିକ ଆସୋସିଏସନର କର୍ମ କର୍ତ୍ତା ମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକ ବସ ମାଲିକ ଓ କର୍ମଚାରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ୩ ଟି ଯାକ ସଂଘକୁ ନେଇ ନୂତନ ଭାବେ ଗଠିତ ହୋଇଥିବା ଗଜପତି ଡିଷ୍ଟିଟ ୟୁନାଇଟେଡ଼ ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ନାମରେ ଗୋଟିଏ ସଙ୍ଘ କରିବାକୁ ନିଷ୍ପତ୍ତି ନିଆଯିବା ସହ ତାର କର୍ମକର୍ତ୍ତା ଙ୍କ ନାମ ଘୋଷଣା କରାଯାଇ ଥିଲା । ନୂତନ ଭାବେ ଗଠିତ ହୋଇଥିବା ଗଜପତି ଡିଷ୍ଟ୍ରିକ୍ଟ ୟୁନାଇଟେଡ଼ ପ୍ରାଇଭେଟ ବସ ଓନର୍ସ ଆସୋସିଏସନର ସଭାପତି ଭାବେ କାଶୀ ନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ସିଏଚ ସୀମାଦ୍ରୀ, ସମ୍ପାଦକ ଇଞ୍ଜ । ଭେଙ୍କଟେ ରାମଣା, ଉପ ସଭାପତି ଡି. ଗଜପତି ରାଜୁ,କେ. ଯୁଗାନ୍ଧର (ଗୁଣୁପୁର ସେକ୍ଟର),ଯୁଗ୍ମସମ୍ପାଦକ ପ୍ରସନ୍ନ କୁମାର ପଟ୍ଟନାୟକ,କୋଷାଧ୍ୟକ୍ଷ ପି. ରାମବାବୁ,ଗଣେଶ ସାହୁକାର,ବ୍ୟାଙ୍କ ଖାତାଧାରୀ ଲୋକେଶ ସାହୁକାର,ଡି.ଅଜୟ କୁମାର ରାଜୁ,କେ ବୁଚି ବାବୁ,କୋର କମିଟି ସଭ୍ୟ ଡି.ଭେଙ୍କଟେ ବାବୁ,ପି.ଗୋବିନ୍ଦ ରାଓ, ବାପି,କେ.ଗୋପାଳ କ୍ରିଷ୍ଣ ।,ଶ୍ରୀନୁ ସାହୁକାର, ପି.ନାଗ ଭୂଷଣ ରାଓ ଏବଂ ଡି ଜଗନ୍ନାଥ ରାଜୁ, କେ ବୁଚିବାବୁ ଓ ରାମବାବୁ ସକ୍ରିୟ ସଦସ୍ୟ ସଦସ୍ୟ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − twelve =