ଦାରିଙ୍ଗବାଡି ଅଞ୍ଚଳରେ ବାହାର ରାଜ୍ୟର ସନ୍ଦିଗ୍ଧ ପୁରୁଷ ମହିଳା ଓ ଶିଶୁ, ଆତଙ୍କରେ ଅଞ୍ଚଳବାସୀ

0 409

ଦାରିଙ୍ଗବାଡି,୧୧/୯- ଗତ ୧ମାସ ହେବ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟର କିଛି ମହିଳା ଓ ଛୋଟ ଛୋଟ ପିଲା ମାନେ ଯାଯାବର ଭଳି ବୁଲୁଥିବା ଦେଖିବାକୁ ମିଳିଛି । ଏମାନଙ୍କୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ ଏବେ ବିଭିନ୍ନ ପ୍ରକାରର ଗୁଞ୍ଜରଣ ସୃଷ୍ଟି ହୋଇଛି । ୧ମାସ ହେବ ଦାରିଙ୍ଗବାଡି ବ୍ଲକର ଦାରିଙ୍ଗବାଡି ସମେତ ସିମନବାଡ଼ି ,କିରୀକୁଟି ,ତିଲୋରୀ,ବୁଡାଗୁଡା ଶ୍ରାନିକେତା ଆଦି ଅଞ୍ଚଳରେ ଏହି ଭଳି ଯାଯାବର ଭାବେ ଦେଖାଯାଉଛନ୍ତି । କିଛି ନାବାଳକ ନାବାଳିକା ସମେତ ମହିଳା ମାନେ ଛୋଟ ଛୋଟ ପିଲାଙ୍କୁ କାଖରେ ଧରି ସେମାନେ ଦୋକାନ ବଜାର ଏବଂ ଘରକୁଘର ବୁଲି ଖାଇବା ପାଇଁ ଭାତ ତରକାରୀ ଓ ଟଙ୍କା ମଧ୍ୟ ମାଗୁଛନ୍ତି । ସେମାନେ ମାଗୁଥିବା ମୁତାବକ ଖାଦ୍ୟ ଓ ଟଙ୍କା ନ ଦେଲେ ଜବରଦସ୍ତ କରି ଦେବା ପାଇଁ ବାଧ୍ୟ କରିବାକୁ ମଧ୍ୟ ପଛାଉନାହାନ୍ତି । ଯାହା ଫଳରେ ବ୍ୟବସାୟୀ ଓ ଅଞ୍ଚଳବାସୀ ଆତଙ୍କିତ ହୋଇ ରହିଛନ୍ତି । ପ୍ରତିଦିନ କିଛି ନା କିଛି ଅଞ୍ଚଳକୁ ଟାର୍ଗେଟ କରି ଏହି ମହିଳା ଏବଂ ଶିଶୁମାନେ ଟଙ୍କା ଓ ଖାଦ୍ୟ ସାମଗ୍ରୀ ଆଦାୟ କରୁଛନ୍ତି । ସେମାନେ କେଉଁ ସ୍ଥାନରୁ ଆସିଛନ୍ତି କାହିଁକି ଆସିଛନ୍ତି ସେ ବାବଦରେ କିଛି କହୁନାହାନ୍ତି । ହିନ୍ଦୀ ସହିତ ଅନ୍ୟ ଭାଷାରେ ସେମାନେ ନିଜ ନିଜ ମଧ୍ୟରେ କଥାବାର୍ତ୍ତର୍ା ହେଉଥିବା ଦେଖିବାକୁ ମିଳିଛି । ତେବେ ସେମାନେ କିଏ, କିଭଳି ଏବଂ କାହିଁକି ଏଠାକୁ ଆସିଛନ୍ତି ସେନେଇ କାହା ପାଖରେ ମଧ୍ୟ ଖବରନାହିଁ । ଆଜି ସକାଳୁ ସିମନବାଡ଼ି ବଜାର ଉପରେ ୩୦ରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଓ ଶିଶୁମାନେ ଛିଡା ହୋଇଥିଲେ ସେମାନଙ୍କ ପାଖରେ ସାଇକେଲ ରହିଥିଲା । ଏନେଇ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ ତୁରନ୍ତ କିଛି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅଞ୍ଚଳରେ କିଛି ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି । ତେବେ ସେମାନେ କେଉଁ ଉଦ୍ଦେଶ୍ୟରେ ଏଠାକୁ ଆସିଛନ୍ତି ପୁଲିସ ଓ ପ୍ରଶାସନ ତରଫରୁ ଯାଞ୍ଚ କରାଗଲେ ସତକଥା ବାହାରକୁ ଆସିବ ବୋଲି ଅଞ୍ଚଳବାସୀ ମାନେ ପ୍ରକାଶ କରିଛନ୍ତି । ମହିଳା ଓ ଶିଶୁ ମାନେ ଘରକୁ ଘର ବୁଲି ଖାଇବା ଓ ଟଙ୍କା ମାଗୁଥିବା ବେଳେ ତାଙ୍କ ସାଥିରେ ଥିବା ପୁରୁଷମାନେ ସେତେବେଳେ କେଉଁଠି ରହୁଛନ୍ତି କିଛି ଖବର ମିଳୁନାହିଁ । ଯାଯାବର ଭଳି ବୁଲୁଥିବା ଏହି ମହିଳା ଓ ଶିଶୁ ମାନେ ଯଦି କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଏଠାକୁ ଆସିଥାନ୍ତି ତେବେ ନିଶ୍ଚିତ ଭାବେ ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ବୋଲି ସାଧାରଣରେ ଆଲୋଚନା ହେଉଛି । ସୂଚନା ପ୍ରକାରେ ଯାଯାବର ଭଳି ଜଣେ ଝାଡ଼ଖଣ୍ଡ ଅଞ୍ଚଳର ମହିଳା ଗତ ୨ଦିନ ତଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସ୍ନାତକ ବିଦ୍ୟାଳୟର ଲାଇବ୍ରେରୀୟାନଙ୍କ ଘରେ ଦିନ ଦ୍ୱିପହରରେ ପଶି ଆଲମାରୀ ଭାଙ୍ଗି ୬ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରି କରିଥିଲେ ଓ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଫିରିଙ୍ଗିଆ ଥାନା ପୁଲିସ ସେହି ମହିଳାଙ୍କୁ ଫିରିଙ୍ଗିଆ ବସଷ୍ଟାଣ୍ଡରୁ ଗିରଫକରି କୋର୍ଟ ଚାଲାଣ କରିଥିଲେ । ସେଥିପାଇଁ ଦାରିଙ୍ଗବାଡି ଅଞ୍ଚଳରେ ଏହିଭଳି ଘଟଣା ଯେମିତି ନ ହୁଏ ସେଥିପାଇଁ ପୁଲିସ ତଥା ପ୍ରଶାସନ ତରଫରୁ ଏହାର ଯାଞ୍ଚ କରାଗଲେ ଆତଙ୍କିତ ଅବସ୍ଥାରେ ଥିବା ଅଞ୍ଚଳବାସୀ ମାନଙ୍କ ମନରୁ ଆତଙ୍କ ଦୂର ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

3 × 1 =