ବୌଦ୍ଧ,୧୮/୯- ଆଜି ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ମଧୁବାବୁ ପେନସନ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଆଶୀର୍ବାଦ ଯୋଜନା ବୌଦ୍ଧ ସଦର ମହକୁମାର ୨୨ ଜଣ ଅନାଥ ଶିଶୁଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନଲାଇନରେ ସହାୟତା ପ୍ରଦାନ କରାଯାଇଛି । ଆଶୀର୍ବାଦ ଯୋଜନାରେ ଜ଼ିଲ୍ଲାର ସମୁଦାୟ ୩୦୨ ଜଣ ଅନାଥ ଶିଶୁ ବା ହିତାଧିକାରୀଙ୍କ ପାଇଁ ପ୍ରଥମ ମାସର ୧୫୦୦ ଟଙ୍କା ଲେଖାଏଁ ପ୍ରଶାସନ ମଞ୍ଜୁର କରିଥିବା ବେଳେ ଆସନ୍ତା ସୋମବାର ଦିନ ହରଭଙ୍ଗା ବ୍ଲକଠାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦେଇ ହିତାଧିକାରୀଙ୍କୁ ଉତ୍ସାହିତ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ପିଡ଼ିଡ଼ିଆରଡ଼ିଏ ବବିତାରାଣୀ ଦଳ ବେହେରା , ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏନଏସି କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡ଼ ଲାଇନ ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।
