ଗରିବ ଅସହାୟ ଲୋକକୁ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

0 740

ଆଜି ସମଗ୍ର ବିଶ୍ୱ କୁ କରୋନା ମହାମାରୀ କବଳିତ କରି ରଖିଛି।ସରକାର ଏଥିପାଇଁ ଲକ ଡାଉନ ଘୋଷଣା କରିଛନ୍ତି।ଏହି ଲକ ଡାଉନ ର ପ୍ରଭାବ ରାଜଧାନୀ ରେ ରହୁଥିବା ଗରିବ, ଖଟିଖିଆ, ଦିନ ମଜୁରିଆ ଙ୍କ ଉପରେ ମଧ୍ୟ ପଡିଛି, କାମ ଧନ୍ଦା ବନ୍ଦ, ରୋଜଗାର ବନ୍ଦ।, ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମର୍ପିତ ଓଡ଼ିଶାର ସ୍ୱେଚ୍ଛାସେବୀ ମାନେ ଆଗେଇ ଆସିଛନ୍ତି ନିଜ ନିଜ ଭିତରେ ଅର୍ଥ ଆଦାୟ କରି ଗରିବ ଅସହାୟ ଲୋକ ମାନଙ୍କ ର ସହାୟତା କରିବା ପାଇଁ।ଏହି ପରିପ୍ରେକ୍ଷୀ ରେ ଆଜିକୁ ୨୭ ଦିନ ହେଲା ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ରାତିରେ ରାସ୍ତା ଉପରେ ରହୁଥିବା ବୁଲା ଗାଈଗୋରୁ ଓ କୁକୁର ମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଆସୁଛନ୍ତି।
ଆଜି ଉକ୍ତ ସଂଗଠନ ପକ୍ଷରୁ ପଳାଶୁଣି ଗଙ୍ଗୁଆ କେନାଲ କୂଳରେ ରହୁଥିବା ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଲକ ଡାଉନ ଉଠିବା ପର୍ଯ୍ୟନ୍ତ ଏହିପରି ସେବା କାର୍ଯ୍ୟ ଅବ୍ୟାହତ ରହିବ ବୋଲି ଅନୁଷ୍ଠାନ ର ପ୍ରତିଷ୍ଠାତା ସଦାଶିବ ଜେନା ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

19 − four =