ଉଜ୍ଜ୍ୱଳା ବିତରଣ କେନ୍ଦ୍ରରେ ଭିଡ ଯୋଗୁଁ ଉତ୍ତେଜନା

0 386

ସମ୍ବଲପୁର: ବାରମ୍ବାର ତାଗିଦ କଲାସତ୍ତ୍ୱେ ସ୍ଥାନୀୟ ଗେଟି ଟକିଜ ରୋଡସ୍ଥିତ ଉଜ୍ଜ୍ୱଳା ବିତରଣ କେନ୍ଦ୍ରଠାରେ ଭିଡ ଯୋଗୁଁ ଗଣ୍ଡଗୋଳ ହେଉଛି ଓ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ସେଠାରେ ଅନିୟନ୍ତ୍ରିତ ଭିଡ ଯୋଗୁଁ ପୁଣି ଉତ୍ତେଜନା ଦେଖାଯାଇଥିଲା । ଖାଉଟିମାନେ ସେଠାରେ ଧୈର୍ଯ୍ୟସହକାରେ ସାମାଜିକ ଦୂରତା ରକ୍ଷାକରି ରାସ୍ତାକଡରେ ଠିଆ ହୋଇଥିଲେ । ଏହି ସମୟରେ କିଛି ଯୁବକ ଆସି ଧାଡିରେ ଧସେଇ ପଶିବା ପାଇଁ ଚେଷ୍ଟା କରିବାରୁ ଧୈର୍ଯ୍ୟ ସହକାରେ ଅପେକ୍ଷା କରୁଥିବା ଲୋକେ ଏହାର ବିରୋଧ କଲେ । ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ବିଷୟରେ ଖବରପାଇ ଟାଉନଥାନାରୁ ପିସିଆର ଭେନ ଆସି ପହଞ୍ଚିଥିଲା ଓ ପୁଲିସର ମଧ୍ୟସ୍ଥତା ଫଳରେ ସ୍ଥିତି ସାମାନ୍ୟ ହୋଇଥିଲା । ସେଠାରେ ନିୟମିତ ଭିଡ ହେଉଥିବାରୁ ସକାଳ ୭ଟାରୁ ୧୨ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଥିବା ସମୟରେ ପ୍ରତିଦିନ ପୁଲିସ ମୁତୟନ ପାଇଁ ଦାବି କରାଯାଉଛି ।

hiranchal ad1
Leave A Reply

Your email address will not be published.

17 + nine =