ହ୍ୱାଟ୍ସଆପ୍‌ରେ କରୋନା ନ୍ୟୁଜ ଦେବେ ସରକାର

0 131

ଭୁବନେଶ୍ୱର :- ରାଜ୍ୟ ସରକାର ହ୍ୱାଟ୍ସଆପରେ କରୋନା ରୋଗ ସମ୍ବନ୍ଧୀୟ ସୂଚନା ଦେବେ । ଏହି ଆପ୍ ର ଏକ ସ୍ୱତନ୍ତ୍ର ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଲୋକମାନଙ୍କୁ କରୋନା ସମ୍ବନ୍ଧରେ ପ୍ରତିଟି ଅପଟେଡ୍ ଦେବା ପାଇଁ ଏହା ଆରମ୍ଭ କରାଯାଇଛି । ଏହି ନମ୍ବରଟି ହେଲା ୯୩୩୭୯୨୯୦୦୦ । ଲୋକମାନେ ଏହି ନମ୍ବରରେ ପ୍ରଥମେ hi ଲେଖି ପଠାଇ ଦେବେ । ଏହାପରେ ଆପଣଙ୍କ ପାଖକୁ ଗୋଟିଏ ମେସେଜ୍ ବାର୍ତ୍ତା ଆସିବ । ସେଥିରେ ଆପଣ ଭାଷା ଚୟନ କରିବେ । ଇଂରାଜୀରେ ଜାଣିବାକୁ ଚାହୁଁଥିଲେ “e’ ଲେଖିବେ । ଓଡିଆରେ ଜାଣିବାକୁ ଚାହୁଁଥିଲେ ଇଂରାଜୀ ଅକ୍ଷର “o’ ଲେଖିବେ । ଏଥିରେ ସରକାରଙ୍କ ପକ୍ଷରୁ ସମସ୍ତ ତାଜା ସୂଚନା ପ୍ରଦାନ କରାଯିବ ।

hiranchal ad1
Leave A Reply

Your email address will not be published.

five × four =