କୋଟାରେ ଫଶିଛନ୍ତି ମେଡିକାଲ ଛାତ୍ରୀ, ଫେରାଇ ଆଣିବାକୁ ଅନୁମତି ଦେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଗୁହାରି କଲେ ପିତା

0 1,380

ସୋନପୁର : ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକଡାଉନ ଯୋଗୁଁ ବହୁ ଶ୍ରମିକ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରେ ଫଶି ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ଶେଷ ହେବା ପରେ ବାହାରେ ରାଜ୍ୟରେ ଫଶିରହିଥିବା ବ୍ୟକ୍ତିମାନଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ସରିବାକୁ ଆଉ ୧୧ ଦିନ ଥିବାରୁ ଏହି ସମୟରେ ସେମାନେ ସେଠାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ବାଙ୍କିପାଲି ଗ୍ରାମର ଭାଗୀରଥୀ ଅଗ୍ରୱାଲଙ୍କ ଝିଅ ପୂଜା ଅଗ୍ରୱାଲ କୋଟାରେ ଫଶି ରହିଥିବା ଜଣାପଡିଛି । ସେ ଏକବର୍ଷ ହେଲାଣି ରାଜସ୍ଥାନର କୋଟା ସହରର ଲେନମାର୍କ ସିଟି ଆଲେନ କୋଚିଙ୍ଗ୍ ସେଣ୍ଟରରେ ମେଡିକାଲ କୋଚିଂ କରୁଥିଲେ ।

hiring

ଏବେ ଲକଡାଉନ ଥିବାରୁ କୋଚିଂ ବନ୍ଦ ହୋଇଯାଇଛି । ସେ ରହୁଥିବା ହଷ୍ଟେଲରେ ଥିବା ଅନ୍ୟ ରାଜ୍ୟର ଛାତ୍ରୀମାନେ ନିଜ ସରକାରଙ୍କ ଉଦ୍ୟମରେ ତାଙ୍କ ରାଜ୍ୟକୁ ଯାଇସାରିଛନ୍ତି । ସୁବର୍ଣ୍ଣପୁରର ଏହି ଛାତ୍ରୀ ଏବେ ହଷ୍ଟେଲରେ ଏକୁଟିଆ ରହୁଛନ୍ତି । ହଷ୍ଟେଲ ଛାଡିବାକୁ ମଧ୍ୟ ହଷ୍ଟେଲ ମାଲିକ ତାଙ୍କ ଉପରେ ଚାପ ପକାଉଛନ୍ତି । ଛାତ୍ରୀ ଜଣକ ଏକ ଭିଡିଓ ବାର୍ତ୍ତାରେ କାନ୍ଦି କାନ୍ଦି ଏହି ସବୁ କହିଛନ୍ତି । ଏହା ଜାଣିବା ପରେ ପୂଜା ଅଗ୍ରୱାଲଙ୍କ ପିତା ତାଙ୍କ ଝିଅକୁ କୋଟାରୁ ଫେରାଇ ଆଣିବା ପାଇଁ ଅନୁମତି ଦେବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 5 =