ସଲମାନଙ୍କ ପରି ଏହି ଅଭିନେତ୍ରୀ ମଧ୍ୟ ପରଦାରେ ରୋମାନ୍ସ ସିନ୍ କରନ୍ତିନି

0 400

ଦକ୍ଷିଣୀ ଓ ବଲିଉଡ ଜଗତର ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଫିଲ୍ମ “ସାଈ ରା ନରସିଂହା ରେଡ୍ଡୀ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତମନ୍ନାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଦିନକୁ ଦିନ ତାଙ୍କର ଅଭିନୟରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଆରମ୍ଭରୁ ଯେଉଁ କିସିଙ୍ଗ୍ ନିୟମ ଆପଣାଇଥିଲେ ଏବେ ମଧ୍ୟ ତାହା ବଜାୟ ରଖିଛନ୍ତି । ଏକ ସାକ୍ଷାତକାରରେ ଏ ସଂପର୍କରେ ସେ କହିଥିଲେ ମୁଁ କେବେବି ଅନସ୍କ୍ରିନରେ କିସ୍ ସିନ କରିନାହିଁ, ଏମିତି ମୁଁ କାମ କରିବା ଦିନଠାରୁ କରିଆସୁଛି । ସେ କହିଥିଲେ ମୁଁ ୧୩ ବର୍ଷରୁ ଅଭିନୟ ଜଗତରେ ପାଦ ଦେଲେଣି, ସେହି ଦିନଠାରୁ ହିଁ କିସ୍ ସିନ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ମଧ୍ୟ ତାହାକୁ ବଜାୟ ରଖିଛି । ସୂଚନାଯୋଗ୍ୟ ଯେ, ସୁପରଷ୍ଟାର ସଲମାନ ଖାନ ମଧ୍ୟ ଅନସ୍କ୍ରିନ୍ କିସ୍ ସିନ କରନ୍ତି ନାହିଁ ।

hiranchal ad1
Leave A Reply

Your email address will not be published.

eight + 13 =