ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଯୋଗାଡ଼ ହୋଇପାରିଲା ନାହିଁ ବିରଳରକ୍ତ, ରକ୍ତ ଯୋଗାଡ଼ କଲା ଦିବ୍ୟାଉର୍ଜା ରକ୍ତଦାତା ସଂଘ
ସୁବର୍ଣ୍ଣପୁର : ବୌଦ୍ଧ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ବିରଳ ରକ୍ତ ଯୋଗାଡ଼ ହୋଇ ନ ପାରିବାରୁ ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ସଂଘର ପ୍ରୟାସରେ ବିରଳ ବର୍ଗର ରକ୍ତ ଜଟିଆ ବେହେରା ନାମକ ରୋଗୀକୁ ଯୋଗାଇ ଦିଆଯାଇଛି । ଦୀର୍ଘ ଦୁଇ ଦିନ ଧରି ବୌଦ୍ଧ ଜିଲ୍ଲାରେ ଏ ରୋଗୀଙ୍କ ଜୀବନ ସଙ୍କଟାପନ୍ନ ଅବସ୍ଥାରେ ଥିଲା ଓ ତାଙ୍କର ରକ୍ତର ପରିମାଣ ହିମୋଗ୍ଲୋବିନ ୭ରୁ କମ ଥିଲା ଓ ରକ୍ତଦାତା ଯୋଗାଡ଼ ହୋଇ ନ ପାରିବାରୁ ଫୋନ୍ ଯୋଗେ ରକ୍ତଦାତା ପ୍ରବର୍ତ୍ତକ ସଙ୍ଘ ସୁବର୍ଣ୍ଣପୁର ଜିଲ୍ଲାର ସଭାପତି ମନୋଜଙ୍କ ଉଦ୍ୟମରେ ପୁରାତନ ଏନସିସି ଛାତ୍ର ସୋମନାଥ ମହାନନ୍ଦିଆ A-e ବିରଳ ରକ୍ତ ଦାନ କରି ରୋଗୀର ଜୀବନ ରକ୍ଷା କରିଛନ୍ତି । ଜଟିଆକୁ ସକାଳୁ ୧୦୮ ସହାୟତାରେ ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମାର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କୁ ରକ୍ତଦାନ କରାଯାଇଛି । ସେହିପରି ଜଟିଆଙ୍କ ପରିବାର ଉଭୟ ରକ୍ତଦାତା ଓ ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।