ଦୁର୍ନୀତି ନିବାରଣ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ପୋଲିସ ସବ ଇନ୍ସପେକ୍ଟର ବୁଧୁନୀ ମିଞ୍ଜ

0 311

କେନ୍ଦୁଝର: ବର୍ତ୍ତମାନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ତଥା ମହିଳା ଥାନା ରାଉରକେଲାର ପୂର୍ବତନ ସବ ଇନ୍ସପେକ୍ଟର ବୁଧୁନି ମିଞ୍ଜ ସମ୍ବଲପୁର ମଣ୍ଡଳ ଅଧିନରେ ଥିବା ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଲାଞ୍ଚ ନେଉଥିବା ସମୟରେ ଧରାପଡିଥିଲେ । ଏ ନେଇ କେସ ନଂ 01 dt. 8/01/2007 u/s 13 ଏବଂ r/w 13 (1) (d)/7 ଅନୁସାରେ ଏକ କେସ ରେଜିଷ୍ଟର ହୋଇ ବିଚାର ପ୍ରକ୍ରିୟା ଚାଲୁ ରହିଥିଲା । ଗତକାଲି ମାନ୍ୟବର ସ୍ୱତନ୍ତ୍ର ଦୁର୍ନୀତି ବିଭାଗ ବିଚାରପତି, ସୁନ୍ଦରଗଡ଼ ତାଙ୍କ ରାୟ ରେ ଶ୍ରୀମତି ମିଞ୍ଜଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ ରାଉରକେଲା ମହିଳା ଥାନାରେ କାର୍ଯ୍ୟରତ ଥିବା ସମୟରେ ଜଣେ ଅଭିଯୋଗକରୀଙ୍କ ଏକ କେସରେ ବେଲ କରାଇ ଦେବାକୁ ଉତ୍କଚ ୫ହଜାର ଟଙ୍କା ନେଉଥିବା ସମୟରେ ଦୁର୍ନୀତି ବିଭାଗ କର୍ମଚାରୀଙ୍କ ଦ୍ୱାରା ଧରାପଡ଼ିଥିଲେ । ସେତେବେଳେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ 988/120- B ଭାରତୀୟ ପେନାଲ କୋଡ ଅନୁସାରେ ବିଭିନ୍ନ ଧାରା ଅନୁସାରେ କେସ ରେଜିଷ୍ଟର ହୋଇଥିଲା । ରାୟ ଅନୁସାରେ ଧାରା u/s 7 ପାଇଁ ଏକ ବର୍ଷ ଜେଲଦଣ୍ଡ ସହ ୫ହଜାର ଟଙ୍କା ଜରିମନା, ଜରିମନା ଅନାଦେୟ ୩ ମାସ ଜେଲ ଏବଂ ଧାରା u/s13 (1)(d) ପାଇଁ ୨ ବର୍ଷ ଜେଲଦଣ୍ଡ ସହ ୫ହଜାର ଜରିମନା, ଜରିମନା ଅନାଦେୟ ୩ ମାସ ଜେଲଦଣ୍ଡ । ଆଦେଶ ପର ଠାରୁ ଦୁଇଟି ଯାକ ଦଣ୍ଡ ଏକକାଳୀନ ଲାଗୁ ହେବ ।
ଏହି କେସକୁ ଅନୁସନ୍ଧନା କରିଥିଲେ ପୂର୍ବତନ ଦୁର୍ନୀତି ନିବାରଣ ଇନ୍ସପେକ୍ଟର ଦାମଦୋର ମାଝୀ ଏବଂ କେସକୁ ପରିଚାଳନା କରିଥିଲେ ସୁନ୍ଦରଗଡର ସ୍ୱତନ୍ତ୍ରଦୁର୍ନୀତି ନୀବାରଣର ସରକାରୀ ଓକିଲ ଧରମେଶ କୁମାର ପଟେଲ ।

hiranchal ad1
Leave A Reply

Your email address will not be published.

5 × five =