ଏଟିଏମ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ୩୦ହଜାର ଲୁଟ

0 327

ଦାରିଙ୍ଗବାଡି : ଦାରିଙ୍ଗବାଡି ଥାନା ଷ୍ଟେଟବ୍ୟାଙ୍କ ଏଟିଏମ ସମ୍ମୁଖରୁ ବାଇକ ଡିକି ଭାଙ୍ଗି ୩୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡିଛି । ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦାରିଙ୍ଗବାଡି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ତିଲୋରୀ ପଞ୍ଚାୟତ ଜଗେରମାହା ଗାଁର ହାରନ ଦିଗାଲ ଦାରିଙ୍ଗବାଡିର ଏସବିଆଇ ଏଟିଏମରୁ ୩୦ ହଜାର ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ । ଗାଡ଼ି ରଖି ପାଖ ଦୋକାନକୁ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ବାଇକ ଡିକି ତାଡ଼ି ୩୦ହଜାର ଟଙ୍କା ଲୁଟି ନେଇଛନ୍ତି । ହାରନ ବାଇକ ପାଖକୁ ଆସି ଦେଖିଲା ବେଳକୁ ତାଙ୍କ ଡିକି ଖୋଲାଥିଲା ଓ ସେଥିରେ ରଖିଥିବା ୩୦ ହଜାର ଟଙ୍କା ନଥିଲା । ଏନେଇ ହାରନ ତୁରନ୍ଧ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ବ୍ୟାଙ୍କ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଲୁଟ୍‌ର ପୂରା ଦୃଶ୍ୟ କଏଦ ହୋଇଛି । ଲୁଟ୍‌ ବେଳେ ଦୁଇ ଜଣ ଯୁବକଙ୍କ ସାଥିରେ ଏକ ଛୋଟ ପିଲା ଥିବା ଏଥିରେ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

twenty − 13 =