ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ ପ୍ରଚାର ଅଭିଯାନ ଆରମ୍ଭ
ପୁରୀ,୧୯/୯- ଆସନ୍ତାକାଲି ଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଆରମ୍ଭ କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ଏବେ ଚଳଚଞ୍ଚଳ ବିଭିନ୍ନ ରାଜନୈତିକ ଦଳର ଶିବିର । ବିଧିବଦ୍ଧ ଭାବରେ ଅ ।ସନ୍ତା କାଲିଠାରୁ ନିଜର ସମର୍ଥକ ମାନଙ୍କୁ ଧରି ପ୍ରଚାର ମଇଦାନକୁ ଓହ୍ଲାଇବେ ପ୍ରାର୍ଥୀ । ଜନମତ ନିଜ ନିଜ ସପକ୍ଷରେ ଯିବା ନେଇ ଅ ।ଶାବାଦୀ ଥିବା ପ୍ରଚାର ମଇଦାନରେ ଥିବା ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଅ ।ସନ୍ତା କାଲି ଠାରୁ ପୁଣି ଗଁ । ମୁହଁ । ହେବେ ନେତା, ଦୁଅ ।ର ଦୁଅ ।ର ବୁଲି କରିବେ ଭୋଟ ଭିକ୍ଷା, ପିପିଲି ଦଖଲ ନେଇ ତିନି ପ୍ରମୁଖ ଦଳ ଅ ।ଶାବାଦୀ ଥିବା ବେଳେ ବିଜେଡି, ବିଜେପି ର ଫୋକସ ରେ ରହିଛନ୍ତି ମହିଳା ଭୋଟର । ସବୁ ଥର ଭଳି ମହିଳ । ଙ୍କ ଭୋଟ ବିଜେଡି ହାତେଇବା ଲକ୍ଷ୍ୟ ରଖିଛି ବିଜେଡି । ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଅ ।ଙ୍କ କାନ୍ଧରେ ଏହି ଗୁରୁଦାୟିତ୍ୱ ଦିଆଯାଇଛି । ସେହିଭଳି ପିପିଲି ଏନଏସି ଭୋଟରଙ୍କ ମୂଲ୍ୟବାନ ଭୋଟ ହାତେଇବା ପାଇଁ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କୁ ଦିଅ ।ଯାଇଛି ଗୁରୁଦାୟିତ୍ୱ । ପିପିଲି ଏନଏଏସିର ବିଭିନ୍ନ ୱାର୍ଡରେ ଘନଘନ ବୈଠକ କରି ପୁଣିଥରେ ପିପିଲି ଦଖଲପାଇଁ କର୍ମୀମାନଙ୍କ ମନରେ ଭରୁଛନ୍ତି ଉତ୍ସାହ । ସେହିଭଳି ବିଧାୟକ ବ୍ୟୋମକେଶ ରାୟ ଯୁବ ଓ ଛାତ୍ରଙ୍କ ଭୋଟ ହାତେଇବାର ଦାୟିତ୍ୱ ନେଇଛନ୍ତି । ଅ ।ସନ୍ତାକାଲିଠାରୁ ପ୍ରଚାର ଆରମ୍ଭ ହେଉଥିବା ବେଳେ ପିପିଲିର ବିଭିନ୍ନ ସ୍ଥାନରେ ବିଜେଡି ଏମାନଙ୍କୁ ନେଇ ପ୍ରସ୍ତୁତ କରିଛି ରଣନୀତି । ସେପଟେ ସବୁଥର ଭଳି ପିପିଲିରେ ପୁଣି ବିଜେଡିର ବିଜୟ ନେଇ ଦୃଢୋକ୍ତି ପ୍ରକାଶ କରିଛି ବିଜେଡି ।