ଡ୍ରେନରୁ ମିଳିଲା ଛାତ୍ରଙ୍କ ମୃତଦେହ

0 284

ଭୁବନେଶ୍ୱର: ରାଜଧାନୀ ମୁକୁଳା ଡ୍ରେନ୍‌ରେ ପଡି ଭାସିଯାଇଥିବା ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମିିଳିଲା ମୃତଦେହ। ୧୮ଘଣ୍ଟା ପରେ ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ ।ଗତକାଲି ବରମୁଣ୍ଡା ଶତାଦ୍ଦୀ ନଗରର ଲେନ୍‌-୯ ଡ୍ରେନ୍‌ ନମ୍ବର ୮-ଏ ରେ ଜଣେ ଦଶମ ଶ୍ରେଣୀ ଛାତ୍ର ଟ୍ୟୁସନ ପାଇଁ ସାଇକେଲରେ ଯାଉଥିବା ବେଳେ ଭାସିଯାଇଛି । ସେ ହେଲେ ବରମୁଣ୍ଡା ପାଲାମଣ୍ଡପ ପାଖ ହୃଷିକେଶ ବେହେରାଙ୍କ ବଡ଼ ପୁଅ ଜ୍ୟୋତି ପ୍ରକାଶ ବେହେରା (ରାଜା) । ଜ୍ୟୋତିକୁ ଉଦ୍ଧାର ପାଇଁ ଦୀର୍ଘ ୧୮ ଘଣ୍ଟାର ଅଗ୍ନିଶମ ବାହିନୀର ଅପରେସନ୍‌ ପରେ ଆଜି ସକାଳେ ଜ୍ୟୋତିଙ୍କ ମୃତଦେହର ପତ୍ତା ମିଳିଛି। ରାଜାଙ୍କ ମୃତଦେହ ଏକ ଲଟା ଭିତରୁ ଉଦ୍ଧାର କରାଯାଇଛି। ୧୮ଘଣ୍ଟା ଧରି ପାଣିରେ ବୁଡି ରହିବା ଫଳରେ ଜ୍ୟୋତିଙ୍କ ମୃତଦେହ ଫୁଲିଯାଇଛି। ମୃତଦେହ ଉଦ୍ଧାର କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିବା ସୂଚନା ମିଳଛି।

hiranchal ad1
Leave A Reply

Your email address will not be published.

two + twelve =