ବନ୍ଧୁକ ଚାଳନାରେ ସୋନପୁରର ଗୋଲଡେନ ଗାର୍ଲ “ଦିବ୍ୟାଶା’

0 115

ସୁବର୍ଣ୍ଣପୁର : ସମ୍ପ୍ରତି ଓଡିଶା ରାଜ୍ୟ ରାଇଫଲ ଏସୋସିଏସନ ଆନୁକୁଲ୍ୟରେ ୧୦ମ ରାଜ୍ୟ ସୁଟିଙ୍ଗ ପ୍ରତିଯୋଗିତା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତପ୍ରତିଯୋଗିତାରେ ସୋନପୁରର ୧୩ ବର୍ଷ ବୟସ୍କ ଝିଅ “ଦିବ୍ୟଶା ପ୍ରିୟଦର୍ଶିନୀ ଚୋପଦାର’ ଉତ୍କୃଷ୍ଟ ପ୍ରଦର୍ଶନ ସହିତ୧୭୭ ଓପନ ସାଇଟ ରାଇଫଲ (୧୦) ମିଟର ଜୁନିୟର ବର୍ଗରେ ପ୍ରଥମ ସ୍ଥାନ ହାସଲ କରି ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଛନ୍ତି । ଦିବ୍ୟାଶା ବିଗତ ଦୁଇବର୍ଷ ମଧ୍ୟରେ ଅନେକ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରତ୍ୟେକ ଥର ଗୋଲ୍ଡ ମେଡାଲ ହାସଲ କରିଛନ୍ତି ।

hiring

ଉଲ୍ଲେଖଯୋଗ୍ୟଯେ, ଦିବ୍ୟଶା ତାଙ୍କର ମୁଖ୍ୟ ଇଭେଣ୍ଟ ୧୦ ମିଟର ଏୟାର ପିସ୍ତଲ (ISSF/ ଅଲମ୍ପିକ ଇଭେଣ୍ଟ ) ରେ ଅନେକ ପୁରସ୍କାର ତଥା ଗୋଲ୍ଡ ମେଡାଲ ହାସଲ କରିଛନ୍ତି ଏବଂ ପଶ୍ଚିମବଙ୍ଗର “ଆସାନସୋଲ’ ଠାରେ ହୋଇଥିବା ଇଷ୍ଟଜୋନ ପ୍ରତିଯୋଗିତାରେ ଓଡିଶା ପାଇଁ ପ୍ରତିନିଧିତ୍ୱ କରି ଉନ୍ନତ ସ୍କୋର ସହିତ ଜାତୀୟ ଶୁଟିଂ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଓଡିଶା ପାଇଁ ପ୍ରତିନିଧିତ୍ୱ କରି ଶୁଟିଂ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବାରେ ସମଗ୍ର ସୁବର୍ଣ୍ଣପୁର ତଥା ଅଭିଭକ୍ତ ବଲାଙ୍ଗିର ଜିଲ୍ଲାପାଇଁ “ଦିବ୍ୟାଶା’ ହେଉଛନ୍ତି ପ୍ରଥମ ଗୌରବ । ଏଣୁ ମିସ ଦିବ୍ୟାଶାଙ୍କୁ ସୋନପୁର ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ବର୍ଗର ଲୋକେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଶୁଟର ଦିବ୍ୟାଶା ହେଉଛନ୍ତି ସୋନପୁର ମଝିପଡ଼ା ର ଶୁଷୁଶ୍ରୀ ପାତ୍ର ଏବଂ ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଚୋପଦାରଙ୍କ ସୁପୁତ୍ରୀ ।

hiranchal ad1
Leave A Reply

Your email address will not be published.

three + four =