ଲୋଇସିଂହା ବିଜେପିର ରକ୍ତଦାନ ଶିବିର

0 58

ବଲାଙ୍ଗୀର: ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମତ୍ସୋବକୁ ବିଜେପି ଦଳ ତରଫରୁ ଦେଶସାରା ସେବା ଓ ସମର୍ପଣ ଅଭିଯାନ ନାମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏ ଅବସରରେ ଆଜି ଲୋଇସିଂହା ବିଜେପି ତରଫରୁ ବୁର୍ଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟାକର୍ତ୍ତା ଯୋଗଦାନ କରିବା ସହ ରକ୍ତଦାନ କରିଥିଲେ । ଖବର ଅନୁସାରେ ୩୧ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଗତକାଲି ଦଳୀୟ କର୍ମୀ ଲୋଇସିଂହା ଡାକ୍ତରଖାନାରେ ରୋଗୀଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରିଥିଲେ । ସରୋଜ ସାହୁ, ଉମେଶ ପଟେଲ,କିଶୋର ପଟେଲ, ସୁଦାମ ଜେନା, ଦ୍ୱିତିକୃଷ୍ଣ ସେଲମା, ରଙ୍କ ପଣ୍ଡା, ଲଳିତ ପଧାନ, ସୁନୀଲ ଦାସ, ସୁଧାର ପଶାୟତ, ପ୍ରଶାନ୍ତ ସାହୁ, ରାଜୁ ସାହୁ, ଗୌତମ କୁଅଁର, ଭୁତନାଥ ନାଏକ, ବିଜେପି ଜିଲ୍ଲା ସଂପାଦକ ରମା ପଧାନ ଓ ଗୌରାଙ୍ଗ ନାଏକ ପ୍ରମୁଖ ରକ୍ତଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − ten =