ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ

0 201

ପୁରୀ : ପୁରୀ ସହରର ଉପଭୋକ୍ତାମାନଙ୍କ ଘରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏବେ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିଉଛି । ଘରେ ପଶି କର୍ମଚାରୀମାନେ ବିଦ୍ୟୁତ ସଂଯୋଗ ମଧ୍ୟ ବିଚ୍ଛିନ୍ନ କରି ଦେଉଛନ୍ତି । ଏନେଇ ଉପଭୋକ୍ତା ମାନଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରିବା ସହ ଏଭଳି ବେଆଇନ କାର୍ଯ୍ୟର ପ୍ରତିବାଦ କରିଥିଲେ । ପରେ ଏହି ପ୍ରତିନଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ଟାଟା ପାୱାରର ଅଧିକାରୀଙ୍କୁ ଡକାଇ ଆଲୋଚନା କରିବା ସହ ତୁରନ୍ତ ଏକ କମିଟି ଗଠନ କରି ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ର୍ନିେଶ ଦେଇଥିଲେ । ଆସନ୍ତା ବୁଧବାର ମଧ୍ୟରେ ଏହି କମିଟିର ରିପୋର୍ଟ ଆଧାରରେ ଉପଭୋକ୍ତାଙ୍କ ପାଇଁ ନୂଆ ଏସଓପି କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ।

hiranchal ad1
Leave A Reply

Your email address will not be published.

10 + eight =