ବଜ୍ରାଘାତରେ ବିଧବାଙ୍କ ମୃତ୍ୟୁ, ବେସାହାରା ହେଲେ ଭାଇଭଉଣୀ

0 143

କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚୟତ ଜାମକି ଗାଁର ୪୫ ବର୍ଷୀୟ ବିଧବା ମହିଳା ନୃପତି ମାଂଝିଙ୍କ ବଜ୍ରାଘାତରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାକ୍ରମେ ରବିବାର ଦିନ ନିଜ କ୍ଷେତରୁ ଘରକୁ ଫେରୁଥିବା ବେଳେ ଗାଁରୁ ୨୦୦ ମିଟର ଦୂରତାରେ ଥିବା ସମୟରେ ଜୋର ଘଡଘଡି ବର୍ଷା ହୋଇଥିଲେ । ଏହି ସମୟରେ ସେ ପୋଲ ନିକଟରେ ଅଟକି ଥିଲେ । ସେଠାରେ ତାଙ୍କର ବଜ୍ରାଘାତ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ୱାମୀଙ୍କ ମୃତ୍ୟୁ ପରେ ନୃପତି (୪୫) ବହୁ କଷ୍ଟରେ ନିଜର ଚାରି ସନ୍ତାନଙ୍କ ଭରଣପୋଷଣ କରୁଥିଲେ । ଏହାରି ମଧ୍ୟରେ ସେ ଗୋଟିଏ ଝିଅକୁ ବଡ଼ବାକି ଗ୍ରାମ ପଞ୍ଚାୟତ ସାନବାକି ଓ ଅନ୍ୟକୁ ତୁରିକେଲା ଅନ୍ତର୍ଗତ ମହୁଲବାହାଳୀ ଗ୍ରାମରେ ବିବାହ କରିଛନ୍ତି । ଏବେ କେବଳ ଝିଅ ତୁଲେମଣି ମାଂଝି (୧୬) ଓ ପୁଅ ତୁଳାରାମ ମାଂଝି (୧୩)କୁ ତାଙ୍କର ସଂସାର ଚାଲିଥିଲା । ମାଆଙ୍କର ଅଚାନକ ମୃତ୍ୟୁ ପରେ ଏବେ ଉଭୟ ଭାଇଭଉଣୀ ଏବେ ବେସାହାର ପାଲଟିଯାଇଛନ୍ତି । ଏହି ଅସହାୟ ଭାଇଭଉଣୀଙ୍କୁ ସରକାରୀ ସୁବିଧା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine − five =