ବିଶ୍ୱ ବିଦ୍ୟାଳୟରେ ଆତଙ୍କ ଖେଳାଇଲେ ବନ୍ଧୁକଧାରୀ : ୮ ମୃତ, ୧୦ ଆହତ

0 176

ମସ୍କୋ: ସୋମବାର ସକାଳେ ଋଷର ପର୍ମ ସହରର ଏକ ବିଶ୍ୱବିଦ୍ୟାଳୟରେ ଜଣେ ବନ୍ଧୁକଧାରୀ ଆତଙ୍କ ଖେଳାଇଛନ୍ତି । ତାଙ୍କ ଗୁଳିରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ଜଣାପଡିଛି ।
ପର୍ମ ଷ୍ଟେଟ ୟୁନିଭରସିଟିର ସୂଚନା ଅନୁଯାୟୀ ଅଜ୍ଞାତ ଅପରାଧୀ ଏକ ମାରାତ୍ମକ ବନ୍ଧୁକ ବ୍ୟବହାର କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ କର୍ମଚାରୀମାନେ ନିଜକୁ କୋଠରୀରେ ତାଲା ପକାଇ ଦେଇଥିଲେ ଏବଂ ଯେଉଁମାନେ କ୍ୟାମ୍ପସ ଛାଡି ପାରିବେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାଡିବାକୁ ଅନୁରୋଧ କରିଥିଲା ।
ଶେଷରେ ବନ୍ଧୁକଧାରୀକୁ ଅଟକ ରଖାଯାଇଥିବା ଋଷ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗୁଳି ବିନିମୟରେ କିଛି ଲୋକଙ୍କର ମୃତ୍ୟୁ ଘଟିଛି, କିନ୍ତୁ କେତେ ଜଣ ସ୍ପଷ୍ଟ କରିନାହିଁ ମନ୍ତ୍ରଣାଳୟ । ଷ୍ଟେଟ୍‌ ତାସ୍‌ ନ୍ୟୁଜ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ଜୀବନ ବଞ୍ଚାଇବାକୁ ଯାଇ କେତେକ ଛାତ୍ର ଓ ଅଧ୍ୟାପକ ତିନି ମହଲା ବିଲ୍ଡିଂ ଉପରେ ଡେଇଁ ମଧ୍ୟ ଆହତ ହୋଇଛନ୍ତି । ଏହାର ଭିଡିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ଏହି ଘଟଣା ପରେ ରୁଷର ଅନୁସନ୍ଧାନ କମିଟି ଏକ ହତ୍ୟା ମାମଲା ରୁଜୁ କରିଛି ।

hiranchal ad1
Leave A Reply

Your email address will not be published.

1 × three =