ପିପିଲି ଉପନିର୍ବାଚନ ପାଇଁ ଜୋର୍‌ ଧରିଲା ପ୍ରଚାର

0 84

ପୁରୀ,୨୦/୯- ପିପିଲି ଉପନିର୍ବାଚନ ପାଇଁ ଅ ।ଜି ଠାରୁ ଜୋର ଧରିଲା ପ୍ରଚାର । ଗଁ । ମୁହଁ । ହେଲେ ନେତା । ବିଜେପି ପ୍ରାର୍ଥୀ ଅ ।ଶ୍ରିତ ପଟ୍ଟନାୟକ ପିପିଲି ଦାଣ୍ଡମୁକୁନ୍ଦପୁର ଠାରୁ ନିଜେ ପ୍ରଚାରର ମଙ୍ଗ ଧରିଥିବା ବେଳେ ନିଜ ଜନ୍ମମାଟିରୁ ପାଣିଦୋଳ ପଞ୍ଚାୟତରୁ ପ୍ରଚାର ଅ ।ରମ୍ଭ କଲେ ବିଜେଡି ପ୍ର୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ । ରୁଦ୍ରଙ୍କ ପାଇଁ ସାସଂଦ ପିନାକୀ ଭୋଟ ଭିକ୍ଷା କରିଥିବା ବେଳେ ଓରକଳରୁ ପ୍ରଚାର ଅ ।ରମ୍ଭ କଲା କଂଗ୍ରେସ । ସେପଟେ ପିପିଲି ହାଟଛକରେ କଂଗ୍ରେସ ପାଇଁ ଭୋଟ ଭିକ୍ଷା କଲେ ସୁର ରାଉତରାୟ । ବିଧିବଦ୍ଧ ଭାବରେ ଆଜିଠାରୁ ଅ ।ରମ୍ଭ ହୋଇଥିବା ପ୍ରଚାରରେ ସମସ୍ତ ଦଳ ପିପିଲି ଦଖଲ ପାଇଁ ଆଶାବାଦୀ ଥିବା ବେଳେ ପିପିଲି ରେ ଭୋଟର ବିଜେପି ସପକ୍ଷରେ ଭୋଟ ଦେବେ ବୋଲି ବିଜେପି ପ୍ରାର୍ଥୀ ଅ ।ଶ୍ରିତ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେହିପରି ପିପିଲି ଉପନିର୍ବାଚନରେ କଂଗ୍ରେସ ଭଲ ଲଢେ଼ଇ କରିବ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିବାବେଳେ ବିଜେଡି ଓ ବିଜେପି କୁ ପିପିଲିବାସୀ ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତି । ବିଜେପି ଅ ।ଜି ପିପିଲିର ଦାଣ୍ଡମୁକୁନ୍ଦପୁର, ତେଇଶିପୁର, ଜେନାପୁର, ଲକ୍ଷ୍ମୀନାରାୟଣପୁର ଆଦି ପଞ୍ଚାୟତରେ ଦୁଅ ।ର ଦୁଅ ।ର ବୁଲି ଭୋଟ ଭିକ୍ଷା କରିଥିବାବେଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ପିପିଲି ଏନଏଏସିର ବିଭିନ୍ନ ୱାର୍ଡ ସମେତ ମୁଖ୍ୟ ବଜାର ପରିକ୍ରମ । କରି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ସେପଟେ ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ମଇଦାନକୁ ଓହ୍ଲାଇ ପ୍ରଚାର କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ପିପିଲିରେ ପୁଣି ଥରେ ଶଙ୍ଖନାଦ ହେବ ଓ ବିଜେଡି ବହୁମତ ହାସଲ କରିବ ବୋଲି କହିଥିବାବେଳେ ପିପିଲିରେ ବିଜେଡି ଜିତିବ ବୋଲି ପ୍ରତିକିୟା ରଖିଛନ୍ତି । ପିପିଲି ଦଖଲ ପାଇଁ ବିଜେପି ଓ କଂଗ୍ରେସ କେବଳ ସ୍ୱପ୍ନ ଦେଖୁଛି ବୋଲି କଟାକ୍ଷ କରିଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ନିଜ ଜନ୍ମ ମାଟିରୁ ପ୍ରଚାର ଆରମ୍ଭ କରି ଭୋଟର ମାନଙ୍କ ଦୁଅ ।ର ଦୁଅ ।ର ଯାଇ ଭୋଟ ଭିକ୍ଷା କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + 14 =