ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିବା ପରେ ଏପରି ପୋଷ୍ଟ କଲେ ଶିଳ୍ପା ଶେଟ୍ଟୀ

0 233

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜାମିନ ପାଇଛନ୍ତି। । ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କାର ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ବଢିଯାଇଥିଲା। ପୋଲିସ ମଧ୍ୟ ତାଙ୍କୁ ପଚରାଉଚରା କରିଥିଲା। ଯଦିଓ ଶିଳ୍ପା ଏସବୁରୁ ମୁକ୍ତି ପାଇବାରେ ବ୍ୟସ୍ତ ଥିଲେ ଏବଂ କିଛି ଦିନର ବ୍ରେକ୍ ପରେ ସେ ପୁଣି କାମ କରିବାକୁ ଫେରିଥିଲେ। ବର୍ତ୍ତମାନ ଶିଳ୍ପା ରାଜ କୁନ୍ଦ୍ରାଙ୍କ ଜାମିନ ପାଇବାକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ଶିଳ୍ପା ଶେଟ୍ଟୀ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପଜେଟିଭ୍ ପୋଷ୍ଟ ସେୟାର କରିଛନ୍ତି। ଶିଳ୍ପା ଇନ୍ଦ୍ରଧନୁର ଫଟୋ ସହିତ ଲେଖିଛନ୍ତି-‘ଇନ୍ଦ୍ରଧନୁର ଅସ୍ତିତ୍ୱ ପ୍ରମାଣ କରେ ଯେ ଏକ ଖରାପ ଝଡ଼ ପରେ ମଧ୍ୟ ସୁନ୍ଦର ଜିନିଷ ହୋଇପାରେ।’

hiring

ଶିଳ୍ପାଙ୍କ ପାଇଁ ଗତ କିଛି ସମୟ କୌଣସି ଝଡ଼ଠାରୁ କମ୍ ନଥିଲା। ସ୍ୱାମୀ ଜେଲ ଯିବା ପରେ ସେ ସୋସିଆଲ ମିଡିଆରୁ ଟିଭି ସୋ ପର୍ଯ୍ୟନ୍ତ ନିଜକୁ ଦୂରେଇ ରଖିଥିଲେ। କିନ୍ତୁ କିଛି ସମୟ ପରେ ସେ ଫେରିଥିଲେ। ସେ ବର୍ତ୍ତମାନ ଡ୍ୟାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର୍ ଚ୍ୟାପ୍ଟର ୩’ରେ ଜଣେ ଜଜ୍ ଭାବରେ ନଜର ଆସିଛନ୍ତି।

hiranchal ad1
Leave A Reply

Your email address will not be published.

seventeen − two =