ଆଇପିଏଲ ବ୍ୟାନ କଲେ ତାଲିବାନୀ; କାରଣ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

0 221

ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ ବ୍ୟାନ କରିଛି ତାଲିବାନ । ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଆଇପିଏଲ ପ୍ରସାରଣ ଉପରେ ରୋକ ଲଗାଯାଇଛି । ଏପରିକି ଯେଉଁ କାରଣ ଦିଆଯାଇଛି ତାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୟୁଏଇରେ ଖେଳାଯାଉଥିବା ଏହି ଲିଗରେ ମହିଳା ଦର୍ଶକଙ୍କ ଉପସ୍ଥିତି କାରଣରୁ ଏହାର ପ୍ରସାରଣ ଉପରେ ବ୍ୟାନ ଲଗାଇଛି ତାଲିବାନ । ଆଫଗାନୀ ସାମ୍ବାଦିକ ଫୱାଦ ଅମନ ଏହି ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଏହାକୁ କଡା ନିନ୍ଦା କରିଛନ୍ତି । ପଡିଆରେ ଚିୟର ଲିଡର୍ସଙ୍କ ଉପସ୍ଥିତି ଏବଂ ମହିଳା ଦର୍ଶକଙ୍କ ଉପସ୍ଥିତି ପାଇଁ ଏହି ଟୁର୍ଣ୍ଣାମେଣ୍ଟ ପ୍ରସାରଣ ଉପରେ ରୋକ ଲଗାଯିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଅମନ କହିଛନ୍ତି । ପୂର୍ବରୁ ତାଲିବାନ ପକ୍ଷରୁ ମହିଳାଙ୍କ କ୍ରୀଡାରେ ଅଂଶଗ୍ରହଣ ଉପରେ ରୋକ ଲଗାଇଥିବା ବେଳେ ସମସ୍ତ ପ୍ରକାର ମନୋରଞ୍ଜ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ରୋକ ଲଗାଇଥିଲା । ଏହା ପୂର୍ବରୁ ତାଲିବାନର ସମାନ ଆଚରଣ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ମଧ୍ୟ ଚେତାବନୀ ପ୍ରଦାନ କରାଯାଇଛି । ମହିଳାଙ୍କୁ କ୍ରିକେଟ ଖେଳିବାର ସୁଯୋଗ ନ ମିଳିଲେ ଆଫଗାନିସ୍ତାନ ସହ ଖେଳାଯିବାକୁ ଥିବା ଏକମାତ୍ର ଟେଷ୍ଟକୁ ବାତିଲ କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

eight + twelve =