ରନ ମେସିନ ମିତାଲିଙ୍କ ନାମରେ ଯୋଡି ହେଲା ଆଉ ଏକ ରେକର୍ଡ

0 64

ନୂଆଦିଲ୍ଲୀ : ଭାରତର ମହିଳା ଦିନିକିଆ ଦଳର ଅଧିନାୟକ ମିତାଲି ରାଜ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍‌, ଲିଷ୍ଟ ଏ ଏବଂ ଟି -୨୦ କ୍ରିକେଟ୍‌ ତଥା ସମସ୍ତ ଫର୍ମାଟକୁ ମିଶାଇ ନିଜ କ୍ୟାରିୟରରେ ୨୦ ହଜାର ରନ୍‌ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ପ୍ରଥମ ଦିନିକିଆରେ ମିତାଲି ଏହି କୃତୀତ୍ୱ ହାସଲ କରିଛନ୍ତି । ଏହି ମ୍ୟାଚରେ ଭାରତ ଆଠ ଉଇକେଟ ହରାଇ ୨୨୫ ରନ କରିବାକୁ ସକ୍ଷମ ହୋଇଥିଲା । କ୍ୟାପଟେନ ମିତାଲି ରାଜ ଭାରତ ପାଇଁ ସର୍ବାଧିକ ୬୧ ରନ୍‌ ସଂଗ୍ରହ କରିଥିଲେ । ମିତାଲି ୧୦୭ ବଲରୁ ୬୧ ରନ ସ୍କୋର କରିଥିଲେ, ଯାହାକି ଦିନିକିଆ କ୍ୟାରିୟରରେ ତାଙ୍କର ୫୯ ତମ ଅର୍ଦ୍ଧଶତକ । ମିତାଲି କ୍ରମାଗତ ୫ ଟି ଦିନିକିଆ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ ଆଉ ଏକ ସଫଳତା ହାସଲ କରିଛନ୍ତି । କ୍ରମାଗତ ୫ ଟି ଦିନିକିଆ ଇନିଂସରେ ୫୦ କିମ୍ବା ଅଧିକ ରନ୍‌ ସ୍କୋର କରିବାର ରେକର୍ଡ ହାସଲ କରିଥିବା ମିତାଲି ବିଶ୍ୱର ପ୍ରଥମ କ୍ରିକେଟର (ପୁରୁଷ ଏବଂ ମହିଳା) ହୋଇପାରିଛନ୍ତି ।

hiranchal ad1
Leave A Reply

Your email address will not be published.

8 + fifteen =