ପାଟଣାଗଡରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0 243

ପାଟଣାଗଡ : ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଳା ଗସ୍ତ କରି ପାଟଣାଗଡରେ ଦିବା ୧୨.୧ ମିରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆଠାରେ ଅବତରଣ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୧୧୫.୧୩ କୋଟି ଟଙ୍କା ବିନିମୟର ୨୩ ଟି ବିଭିନ୍ନ ପ୍ରକଳ୍ପର ଡିଜିଟାଲ ଶିଳାନ୍ୟାସ କରିବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଆଜି କାର୍ଯ୍ୟକ୍ରମରେ ସାଂସଦ ସଂଗୀତା କୁମାରୀ ସିଂଦେଓ, ରାଜ୍ୟ ଗୃହ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,୫ଟି ସଚିବ ଭିକେ ପାଣ୍ଡିଆନ, ଜିଳ୍ଲାପାଳ ଚଞ୍ଚଳ ରଣା ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିବାବେଳେ ହରିଶଙ୍କର ପର୍ଯଟନ ସ୍ଥଳୀ ବିକାଶର ଡିଜିଟାଲ ଶିଳାନ୍ୟାସ କରିଥିଲେ ।

hiring

ଏଥିରେ ପାଟଣାଗଡ ଉପଜିଳ୍ଲାପାଳ ଦାୟିତ୍ୱରେ ଥିବା ତହସିଲଦାର ଡ. ପୁଷ୍ପାଞ୍ଜଳୀ ପଣ୍ଡା ଉପସ୍ଥିତ ଥିବାବେଳେ ପୋଲିସ ଡିଜି, ଏସ୍‌ପି ନିତିନ କୁଶଳକର, ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ସୁରକ୍ଷା ପାଇଁ ଦଶ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଥିଲା । ସ୍ୱୟଂସହାୟକ ଗୋଷ୍ଠି, ଉପଖଣ୍ଡର ବେଲପଡା ତହସିଲଦାର ପ୍ରଶାନ୍ତି ପଧାନ, ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସମସ୍ତ ବିଭାଗର ପ୍ରଶାସନିକ ଅଧିକାରୀ, ଡାକ୍ତର, ଅଗ୍ନିଶମ ବିଭାଗ, ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଂଜୟ କୁମାର ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

nine + one =