ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ
ପୁରୀ,୨୫/୯- ପିପିଲି ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ । ବିଜେଡ଼ି ଗଡ଼କୁ ବିଜେଡ଼ି ହାତରୁ ଛଡାଇବା ଲାଗି ପିପିଲିରେ ମାରାଥନ ପ୍ରଚାର କରି ଭୋଟ ମାଗିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପିପିଲି ଉତରା ଛକ ଠାରୁ ବିଜେପି ରାଲି ବାହାରି ପୁବା,ଗୋବିନ୍ଦପୁର, ଜଗନ୍ନାଥ ପୁର,ନୂଆଶାସନ, ରୂପଦେଇପୁର ଆଦି ପଞ୍ଚାୟତ ରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଙ୍କର ପାଇଁ ଭୋଟ ଭିକ୍ଷା କରିଥିବା ବେଳେ ଫାନି କଣ୍ଟା ବିଜେଡ଼ି ପାଇଁ ନିର୍ବାଚନ ରେ ଘାତକ ସାଜିବ ବୋଲି ଅଭିଯୋଗ ଆଣିଥିବା ବେଳେ ପିପିଲିରେ ବିଜେପି ବହୁମତ ପାଇ ବିଜୟ ଲାଭ କରିବ ବୋଲି ଆଶା ପ୍ରକଟ କରିଛନ୍ତି । ସେହିପରି କଂଗ୍ରେସର ସୁରେଶ ରାଉତରାୟ ,ଚିରଞ୍ଜିବି ବିଶ୍ୱାଳ, ରୁଦ୍ର ରାଜୁ ଡେଲାଙ୍ଗରେ କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିଥିବାବେଳେ ବିଜେଡ଼ିକୁ ଫାନି ଗାଦିଚ୍ୟୁତ କରିବ ବୋଲି କଂଗ୍ରେସ ନେତା କହିଥିବା ବେଳେ ପିପିଲି ଉପନିର୍ବାଚନ ବିଜେଡ଼ି ଓ ବିଜେପି ଅର୍ଥ ଦେଇ ଭୋଟରଙ୍କୁ ପ୍ରଲୋଭିତ କରୁଛି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ ଅଭିଯୋଗ କରିଥିବା ବେଳେ ପିପିଲିର ସ୍ୱଭିମାନ ଭୋଟର ସବୁ ପଛରେ ପକାଇ କଂଗ୍ରେସ କୁ ବହୁମତ ଦେବେ ବୋଲି କହିଛନ୍ତି । ସେପଟେ ବିଜେଡ଼ି ମହିଳା, ଯୁବ ଛାତ୍ର ନିର୍ମାଣ ଶ୍ରମିକଙ୍କର ଭୋଟକୁ ନଜରରେ ରଖି ଡେଲାଙ୍ଗର ବିଭିନ୍ନ ସ୍ଥାନରେ ବୈଠକକରି ବିଜେଡ଼ି ସପକ୍ଷରେ ଭୋଟ ମଗିଥିବାବେଳେ ରୁଦ୍ରଙ୍କ ପାଇଁ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ,ବିଧାୟକ ଦେବୀ ରଂଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଡେଲାଙ୍ଗ ଓ ପିପିଲିର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିବାବେଳେ ବିଜେଡି ସପକ୍ଷରେ ପିପିଲି ଉପନିର୍ବାଚନର ଭୋଟର ଜନମତ ରଖିବେ । ବିଜେପି ଓ କଂଗ୍ରେସର ଅଭିଯୋଗ ଭିତିହୀନ, ଏହା ଭୋଟରେ ପ୍ରତିଫଳନ ହେବ ବୋଲି ବିଜେଡି କହିଛି ।