ବୌଦ୍ଧ,୨୯/୯- ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଠାରେ ବୌଦ୍ଧ ବି.ଡି.ଓ. ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ନାରାୟଣ ନଗରରେ ଲୋକ କଳା ଗ୍ରାମ ବାର୍ଷିକ ଉତ୍ସବ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଷ୍ପତି କ୍ରମେ ନାରାୟଣ ନଗର ଗ୍ରାମରେ ସକାଳ ୫ ଘଣ୍ଟା ସମୟରେ ସଙ୍କୀର୍ତ୍ତନ୍ୟ ମଣ୍ଡଳୀ ଦ୍ୱାରା ରାମଧୂନ ପରିବେଷଣ ପରେ ସକାଳ ୧୦ ଘଟିକା ସମୟରେ ବାର୍ଷିକ ଉତ୍ସବ ସଭା ଅନୁଷ୍ଠିତ ହେବ । ପରେ ପରେ କଳାକାର ମାନଙ୍କ ଦ୍ୱାରା ପାରମ୍ପାରିକ ଲୋକ କଳା ଦଳ ଯଥା ପାଲା, ଦାସ କାଠିଆ, ସଙ୍କୀର୍ତ୍ତନ୍ୟ, ଦଣ୍ଡ ନୃତ୍ୟ, କୃଷ୍ଣ ଗୁରୁ ପରିବେଷଣ କରାଯିବ । ଏହି ବୈଠକରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ବ୍ଲକ କଳା ସାଂସ୍କୃତିକ ସଂଘର ଉପସଭାପତି, ବୌଦ୍ଧ ବ୍ଲକ ସ୍ୱାଧୀନ ପ୍ରଧାନ, ହରଭଙ୍ଗା ବ୍ଲକର ବାଂଛାନିଧି ପ୍ରଧାନ, ସରପଞ୍ଚ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ରାଜେନ୍ଦ୍ର ମେହେର, ସେକ୍ସନ ଅଫିସର ଶ୍ରୀଯୁକ୍ତ ମାନସ ରଞ୍ଜନ ସେଠୀ ଜେଆରଏ ମଣ୍ଟୁ ପାଣ୍ଡେ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।