ଯୁବମୋର୍ଚ୍ଚା ତରଫରୁ ନରେନ୍ଦ୍ର ମୋଦିଜୀଙ୍କ ସେବା ଏବଂ ସମର୍ପଣ ଦିବସ ପାଳିତ

0 77

ବୌଦ୍ଧ,୨୯/୯- ବୌଦ୍ଧବ୍ଲକ ଟିକରପଡ଼ା ଗ୍ରାମ ପଞ୍ଚାୟତ ର ବିରିଗଡ ଠାରେ ସେବା ଏବଂ ସମର୍ପଣ ଦିବସ ପାଳନର ୧୩ ତମ ଦିନ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୭୧ ତମ ଜୟନ୍ତୀ ବଡ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ପ୍ରଥମେ ବିରିଗଡ ଗ୍ରାମ ଖେଳପଡିଆ ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଥିଲା । ଏହାପରେ ଗ୍ରାମର ମନ୍ଦିର ଚତୁଃପାର୍ଶ୍ୱରେ ସ୍ୱଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମସହ ଲୋକମାନଙ୍କୁ ପରିବେଶକୁ ସନ୍ତୁଳିତ ରଖିବା ଓ ମୋଦିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ ନିମନ୍ତେ ସମସ୍ତ ଯୁବମୋର୍ଚ୍ଚା ସଦସ୍ୟ ମାନେ ଲୋକଙ୍କ ପାଖରେ ପହଞ୍ଚି ସେବାମୂଳକ କାର୍ଯ୍ୟ ହାତକୁ ନେଇ ସମସ୍ତଙ୍କ ଆସ୍ଥା ଭାଜନ ହେବାପାଇଁ ମତବ୍ୟକ୍ତ କରିଥିଲେ । ଆଜିର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ସହ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ, କୁନା ମହାର, ଅଜିତ ବାଘ, ସୁବ୍ରତ ପ୍ରଧାନ, ଆନନ୍ଦ ପ୍ରଧାନ, ପଞ୍ଚୁ କହଁର, ଦେବରଞ୍ଜନ କହଁର, ତାପସ ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ ପ୍ରମୁଖ ବହୁ ବିଜେପି ନେତୃବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

five × 5 =