ମନରେଗା ଯୋଜନାରେ ପାରିଶ୍ରମିକ ମିଳିବା ଦାବିରେ ଶ୍ରମିକମାନଙ୍କ ବ୍ଳକ କାର୍ଯ୍ୟାଳୟ ଆଗରେ ଧାରଣା

0 118

ପାଟଣାଗଡ଼,୨୯/୯- ସରକାରୀ ଦାଦନ ଶ୍ରମିକ ପ୍ରଥା ରୋକିବା ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ ଶ୍ରମିକମାନଙ୍କୁ ଶହେଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଶ୍ରମିକ ମାନଙ୍କୁ ଠିକ୍‌ ସମୟରେ ପାରିଶ୍ରମିକ ଯୋଗାଇ ଦେବାର ନିୟମ ରହିଥିବା ୨ ମାସରୁ ଅଧିକଦିନ ହେବ ପାରିଶ୍ରମିକ ମିଳିନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଦର୍ଲିପାଲି ପଞ୍ଚାୟତ ଗୋଡଭଙ୍ଗା ଗ୍ରାମର ଶ୍ରମିକ ମାନେ ମନରେଗା ଯୋଜନାରେ ଟେଜ୍‌ ଗାତ ଖୋଳିବା କାମ କରିବା ପାଇଁ ଗାଁ ସାଥି ଶ୍ରମିକ ମାନଙ୍କୁ କାମରେ ଲଗାଇଥିଲେ । ହେଲେ ୨ ମାସ ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ଶ୍ରମିକମାନେ ପାରିଶ୍ରମିକ ପାଇନଥିଲେ । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଯୋଗୁଁ ଶେଷରେ ଶତାଧିକ ଶ୍ରମିକମାନେ ଏକତ୍ରିତ ହୋଇ ପାରିଶ୍ରମିକ ମିଳିବା ଦାବିରେ ବେଲପଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ଦୀର୍ଘ ସମୟ ଧରି ବ୍ଳକ କାର୍ଯ୍ୟାଳୟ ଆଗରେ ଭୋକ ଶୋଷରେ ଶ୍ରମିକମାନେ ଶୋଇ ରହିଥିଲେ । ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚି ଦାବିପତ୍ର ଗ୍ରହଣ କରିବା ସହ ତଦନ୍ତ କରି ଯଥା ଶୀଘ୍ର ପାରିଶ୍ରମିକ ଯୋଗାଇ ଦେବାର ପ୍ରତିଶୃତି ଦେବାପରେ ଶ୍ରମିକମାନେ ଧାରଣାରୁ ଓହରିଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =