କୋଶଳୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜନ୍ମ ମାଟିରେ ଜନ୍ମ ଜୟନ୍ତୀ ପାଳିତ

0 72

ପାଟଣାଗଡ଼,୨୯/୯- ପାଟଣାଗଡ଼ ବାଲିପଟା ପଞ୍ଚାୟତ ଅନ୍ତର୍ଗତ କଳାଙ୍ଗପାଳିଠାରେ କୋଶଳୀ ବାଲ୍ମୀକି, କୋଶଳୀ ରାମାୟଣର ରଚୟିତା କୋଶଲ ମାଟିର ଗର୍ବ ଓ ଗୌରବ ସ୍ୱର୍ଗତ କବି ଇନ୍ଦ୍ରମଣି ସାହୁଙ୍କର ଜନ୍ମ ଜୟନ୍ତୀ ତଥା କୋଶଳୀ ସଂସ୍କୃତି ଦିନ ପାଳିତ ହୋଇଯାଇଛି । ଆଜିର ଏହି ଜୟନ୍ତୀ ସମାରୋହ ସଭାରେ ମୁଖ୍ୟଅତିଥି ଭାବରେ ତେଲିବୈଶ୍ୟ ସମାଜର ଜିଲ୍ଲା ସଭାପତି ଶ୍ରୀଯୁକ୍ତ କାର୍ତ୍ତିକ ସାହୁ, ସମ୍ମାନିତ ଅତିଥି ଭାବରେ ପାରେଶ୍ୱର ସାହୁ, ନକୁଳ ସାହୁ, ବୈରାଗୀ ସାହୁ ,ଅର୍ଜୁନ ସାହୁ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ କବିଙ୍କ ସ୍ମୃତି ଚାରଣ କରିଥିଲେ । କୋଶଳାଞ୍ଚଳ ଜଣେ ମହାନ କବି ଭାବରେ ଜଣାଶୁଣା କିନ୍ତୁ ସରକାରୀ ସ୍ତରରେ ଅଣଦେଖା ଯୋଗୁଁ ଏତେ ବଡ଼ ମହାନ କବି ଲୁକ୍କାୟିତ ଭାବରେ ରହିଯାଇଛନ୍ତି । ସେ କୋଶଳୀ ଭାଷାରେ ସାତ ଖଣ୍ଡ ରାମାୟଣ ରଚନା କରି କେବଳ ପ୍ରଥମ ସ୍କନ୍ଦ ମୁଦ୍ରଣ ହୋଇଛି କିନ୍ତୁ ପ୍ରଶାସନିକ ଅପାରଗତା ଯୋଗୁଁ ଆହୁରି ଛଅ ସ୍କନ୍ଦ ମୁଦ୍ରଣ କରିବା ରହିଯାଇଛି । ଏହି ଛଅ ଗୋଟି ପାଣ୍ଡୁଲିପିକୁ ମୁଦ୍ରଣ କରିବାପାଇଁ ଓ ସ୍ୱର୍ଗତ କବିଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ସଭାରେ ଦାବୀ ଉଠାଇଥିଲେ ବକ୍ତାମାନେ । ଆଜିର ଏହି କାର୍ଯ୍ୟକ୍ରମକୁ ଗ୍ରାମର ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + 2 =