ନୂଆପାଲୀରେ ବାଲ୍ୟ ବିବାହକୁ ନା

0 97

କଣ୍ଟାମାଳ,୨୯/୯-ଆମ ସମାଜର କଳଙ୍କଭାବେ ରହିଥିବା ବାଲ୍ୟ ବିବାହର ଉଚ୍ଛେଦ ପାଇଁ ଆଜି ଏକ ସଚେତନତା ସଭା ତଥା ଆଲୋଚନାଚକ୍ର କଣ୍ଟମାଳବ୍ଲକ ଆଦିବାସୀ ହାଇସ୍କୁଲ ନୂଆପାଲୀଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ସଭାରେ ନୂଆପାଲୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନନ୍ତଚରଣ କ୍ଷେତି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା, ସମ୍ମାନୀତ ଅତିଥିଭାବେ ଟାସ୍କ ଫୋର୍ସର ସଦସ୍ୟ ଦିବ୍ୟଶଙ୍କର ରାଉତ, ଡଃ ମହେନ୍ଦ୍ରକୁମାର ସଏ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ସରପଞ୍ଚପଦ୍ମାବତୀ ରଣା, ଅଳକାସୁନ୍ଦରୀ ପ୍ରଧାନ ଯୋଗ ଦେଇଥିବା ବେଳେ ୱାଇସିଡିଏର ପ୍ରକଳ୍ପ ମ୍ୟାନେଜର ସୁରେଶ ପ୍ରଧାନ ବାଲ୍ୟ ବିବାହ ସହିତ ଶିଶୁ ସୁରକ୍ଷା, ଅଧିକାର ସଂପର୍କରେ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ମତବ୍ୟକ୍ତ କରିଥିଲେ ।

hiring

ଅତିଥିମାନେ ଆମ ସମାଜରେ ରହିଥିବା ଏହି କଳୁଷିତ ବ୍ୟବସ୍ଥାର ଉଚ୍ଛେଦ ପାଇଁ ପ୍ରତ୍ୟେକ ସ୍ତରରେ ସଚେତନତା ଜରୁରୀ ବୋଲି କହିବା ସହ ବିଦ୍ୟାଳୟରେ ପ୍ରତ୍ୟେକ ମାସର ଗୋଟିଏ ଶନିବାର ଛାତ୍ରୀ ମାନଙ୍କୁ ବାଲ୍ୟ ବିବାହ ସହିତ ଶିଶୁ ଅଧିକାର ଓ ସୁରକ୍ଷା ସଂପକରେ ଆଲୋଚନ।। କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ବୌଦ୍ଧ ଜିଲ୍ଲା ଜଙ୍ଗଲ ମଞ୍ଚ ପକ୍ଷରୁ ବିଭିନ୍ନ ଗ୍ରାମର ଅଙ୍ଗନବାଡି କର୍ମୀ, ଆଶାକର୍ମୀ ମାନଙ୍କୁ କରୋନା କିଟ୍‌ ପ୍ରଦାନ କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମର ସଫଳତା କାମନାକରି ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମଟିକୁ ପରିଚାଳନାରେ ୱାଇସିଡିଏର ପୂର୍ଣ୍ଣଚନ୍ଦ୍ର ଖଟୁଆ, ବ୍ୟାସଦେବ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

19 + one =