ଜିଓ ସେବାରୁ ବଂଚିତ ଆଦିବାସୀ ଗ୍ରାମ

0 250

ଦଶପଲ୍ଲା,୧/୧୦ – ସରକାର ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିବାବେଳେ ବଣ ପାହାଡ ଘେରା ଦଶପଲ୍ଲା ଓ ଗଣିଆ ବ୍ଲକ୍‌ର ଅନେକ ଆଦିବାସୀ ଗ୍ରାମକୁ ଆଜିପର୍ଯ୍ୟନ୍ତ ଜିଓ ସେବା ପହଞ୍ଚି ପାରିନାହିଁ । ଦଶପଲ୍ଲା ବ୍ଲକ୍‌ ଘୁଗୁଡିପଡା ଗ୍ରାମପାୟତର ମକରପ୍ରସାଦ ଓ ନେକର ଗଣ୍ଡା ସମେତ ଗଣିଆଁ ବ୍ଲକ୍‌ ବଡସିଲିଂଗା ଗ୍ରାମପାୟତର ପ୍ରାୟ ୨୨ ଖଣ୍ଡ ଆଦିବାସୀ ଗ୍ରାମରେ ପ୍ରାୟ ତିନିହଜାର ଲୋକ ରହୁଥିବା ବେଳେ ଅତିକମରେ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ମୋବାଇଲ ବ୍ୟବହାର କରୁଛନ୍ତି କିନ୍ତୁ ଜିଓ ସେବା ନଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରକାଶ ଥାଉକି ବଡ଼ଶିଲିଂଗା ଗ୍ରାମରେ ସାଟେଲାଇଟ ମାଧ୍ୟମରେ ଗୋଟିଏ ବିଏସଏନଏଲ ଟାୱାର କରାଯାଇଛି କିନ୍ତୁ ତାହା ସଠିକ ସେବା ଯୋଗାଇ ପାରୁନାହିଁ । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁଯାୟୀ ବାହାରରୁ ଫୋନ ଆସିଲେ କଥା ଶୁଭିବ ନାହିଁ ଓ ଏପଟୁ ଫୋନ କଲେ ଆମ କଥା ସେପଟ ବ୍ୟକ୍ତିଙ୍କୁ ଶୁଭିବ ନାହିଁ , ଏପରି ପରିସ୍ଥିତିରେ ଲୋକେ ନାମକୁ ମାତ୍ର ବିଏସଏନଏଲ ସେବା ରହିଥିବାର କହୁଛନ୍ତି ଓ ଯେକୌଣସି ଖବର ଓ ବାହାରରେ ରହୁଥିବା ସମ୍ପର୍କୀୟଙ୍କୁ କିଛି ବିଷୟ ଅବଗତ କରିବାକୁ ହେଲେ ଟାକରା କିମ୍ବା ଘୁଗୁଡିପଡା ଠାରେ ଲାଗି ରହିଥିବା ଟାୱାର ଉପରେ ନିର୍ଭର କରିବାକୁ ପଡିଥାଏ । ଏଥିପାଇଁ ୨ କିମି ପାହାଡ ଚଢି କିମ୍ବା ୫ ରୁ ୭ କିମି ଚାଲି ଚାଲି ଯିବାକୁ ପଡିଥାଏ । ସରକାରଙ୍କ ଅନ୍‌ ଲାଇନ୍‌ ଶିକ୍ଷା ବ୍ୟବସ୍ଥା ଏ ଅଂଚଳର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପହାସ କହିଲେ ବି କିଛି ଅତ୍ୟୁକ୍ତି ହେବନାହିଁ । ତେଣୁ ଏହି ଅଂଚଳରେ ଶୀଘ୍ର ଜିଓ ସେବା ଉପଲବ୍ଧ କରାଇବା ପାଇଁ ସର୍ବସାଧାରଣରେ ଦୃଢ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 × 2 =