ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

0 80

ପୁରୀ,୭/୧୦- କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ ଦୁଇଦିନିଆ ପୁରୀ ଗସ୍ତରେ ଆସି ଆଜି ବ୍ଲୁଫ୍ଲାଗ ବେଳାଭୂମିରେ ୭୫ତମ ଆଜାଦୀ ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବେଳାଭୂମିରେ ଝାଉଁ ରୋପଣ କରିଥିଲେ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ବାର୍ତ୍ତା “ମୋ ବିଚ୍‌ର ସୁରକ୍ଷା ମୁଁ କରିବି’ । ଦେଶର ଆଜି ଏକକାଳୀନ ଦଶଟି ବେଳାଭୂମିରେ ଏହି କାର୍ଯ୍ୟକ୍ରମ କରି ସଚେତନତାର ବାର୍ତ୍ତା ଦିଆଯାଇଛି । ବେଳାଭୂମିର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା କଂକ୍ରିଟ ଜଙ୍ଗଲକୁ ହଟାଯିବ ଆଉ ସିଆରଜେଡ୍‌ ନିୟମକୁ କଡାକଡି ଅନୁପାଳନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ପୁରୀ ବେଳାଭୂମିରେ ଏହାକୁ କଡାକଡି ପାଳନ କରି ଜବରଦଖଲ ମୁକ୍ତ କରାଯିବ । ପୁରୀର ସମସ୍ତ ବିଚକୁ ଆବର୍ଜନାମୁକ୍ତ କରି ବ୍ଲୁଫ୍ଲାଗ ଭଳି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେ । ପ୍ରକୃତିର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ବେଳାଭୂମି । ଜଳଜୀବ ହେଉ ଅବା ବେଳାଭୂମି ସମସ୍ତଙ୍କର ସୁରକ୍ଷା ଆମର ଦାୟିତ୍ୱ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କେନ୍ଦ୍ରମନ୍ତ୍ରୀଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଅପରାହ୍ନ ସାଢେ ୪ଟାରେ ଭୁବନେଶ୍ୱର ଫେରିଯିବେ କେନ୍ଦ୍ରମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

5 × five =