ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଯୋଗୁଁ ବଲାଙ୍ଗୀର ରାଜରାସ୍ତା ଖାଁ ଖାଁ

0 101

ବଲାଙ୍ଗୀର : ଜିଲ୍ଲା ବିଜେପିର ୧୨ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ବନ୍ଦ ରହିଛି ଦୋକାନ ବଜାର, ସ୍କୁଲ କଲେଜ । ଗଡିମୋଟର ଗଡୁ ନାହିଁ । ସରକାରୀ ବେସରକାରୀ କାର୍ଯ୍ୟାଳୟରେ ଝୁଲୁଛି ତାଲା । କେବଳ ବଲାଙ୍ଗୀର ସହର ନୁହେଁ ଲୋଇସିଂହା, ପାଟଣାଗଡ, କଂଟାବାଞ୍ଜି, ଟିଟିଲାଗଡ ଆଦି ଅନେକ ସ୍ଥାନରେ ବିଜେପି ନେତା କର୍ମୀ ପିକେଟିଙ୍ଗ୍‌ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବଲାଙ୍ଗୀର ଝିଅ ମହାଲିଙ୍ଗ ସନ୍‌ ସାଇନ୍ସ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା ଗୁମର ଖୋଲିବା ତଥା ପରିବାରକୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଆବଶ୍ୟକ । ପାରିପାର୍ଶ୍ୱିକ ପରିସ୍ଥିତି ଓ ଘଟଣାବଳୀରୁ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ସ୍କୁଲ ପରିଚାଳନା ଅଧ୍ୟକ୍ଷ ଗୋବିନ୍ଦ ସାହୁ । ଏଣୁ ପୋଲିସ ତଦନ୍ତ ବାଟବଣା ହେବା ଆଶା ଆଶଙ୍କା ପ୍ରକାଶ ପାଇବା ସ୍ୱଭାବିକ । ହତ୍ୟାକାଣ୍ଡର ଅସଲ କାରଣ ଓ ପର୍ଦ୍ଦା ପଛ ଖଳନାୟକମାନଙ୍କୁ ଦଣ୍ଡ ପାଇଁ ସିବିଆଇ ତଦନ୍ତ କରାଯାଉ ବୋଲି ଲୋଇସିଂହା ଠାରେ ବିଧାୟକ ଡ ମୁକେଶ ମହାଲିଙ୍ଗ କହିଛନ୍ତି । ମା’କୁ ସମ୍ମାନ କହୁଥିବା ମୁଖ୍ୟମନ୍ତ୍ରୀ କାହିଁକି ମନ୍ତ୍ରୀଙ୍କୁ ବରଖାସ୍ତ କରୁ ନାହଁନ୍ତି ବୋଲି ସମାଲୋଚନା କରିଥିଲେ । ଏକ ଘରୋଇ ସ୍କୁଲକୁ ପ୍ରାୟ ୩୨ଲକ୍ଷ ଡବ୍ଳ୍ୟୁଡିସି ଅନୁଦାନ ଦିଆଯାଇଛି । ପୋଲିସ ହେପାଜତରୁ ଖସାଇ ଆଖୁ କିଆରିରୁ ଧରିବା ଇତ୍ୟାଦି ଘଟଣାରୁ ଆଇନ୍‌ ବାଟରେ କେତେ ଯାଉଛି କହିବା ଦରକାର ନାହିଁ । ଏଣୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଓ ତଦନ୍ତ ସିବିଆଇକୁ ଦିଆଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଗତକାଲି ସାଂସଦ ସଙ୍ଗୀତା ସିଂହଦେଓଙ୍କ ନେତୃତ୍ୱରେ ବିଜେପି ଦଳ ବଲାଙ୍ଗୀର ଏସପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାଂସଦ, ଲୋଇସିଂହା ବିଧାୟକ ପ୍ରଭୃତି ଏକ ଟିମ୍‌ ମମିତାଙ୍କ ପରିବାରକୁ ଭେଟି ଆଲୋଚନା କରିବା ସହ ମହାଲିଙ୍ଗ ସ୍କୁଲ ପରିଦର୍ଶନ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ମମିତାଙ୍କ ଗାଁକୁ ଯାଇ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =