ପ୍ରାଧିକରଙ୍କ ଦ୍ୱାରା ବିଭିନ୍ନ ଗ୍ରାମରେ ସଚେତନତା ସଭା

0 77

ପାରଳାଖେମୁଣ୍ଡି : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଗତ୨ ତାରିଖ ଠାରୁ ଆରମ୍ଭ ହୋଇଥିବା କ୍ଲିନ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ୨୨ ତାରିଖରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ନିଜେ ବିଭିନ୍ନ ଗ୍ରାମ ବୁଲି ଘରର ଲୋକମାନଙ୍କୁ ଆଇନ ସଚେତନତା ର ବାର୍ତ୍ତା ପ୍ରଦାନ କରି ଥିଲେ । କାଶୀନଗର ବ୍ଳକରେ ଥିବା ପାଖା ପାଖି ୨୫ ଗୋଟି ଗ୍ରାମର ଲୋକମାନଙ୍କୁ ସଚେତନତା କରାଯାଇ ଥିବା ବେଳେ ଗ୍ରାମରେ ଥିବା ଲୋକମାନଙ୍କୁ ବିଭିନ୍ନ ଆଇନଗତ ପ୍ରଚାରପତ୍ରର କାଗଜ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ବ୍ଳକରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଆଇନ ସଚେତନତା କର୍ମୀମାନେ ନିଜ ନିଜ ଗ୍ରାମ ସହ ପାଖ ଗ୍ରାମରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଶିବିର ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଅହରହ ଚାଲିବ ବୋଲି ସଚିବ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ଆଲୋକପାତ କରି ଥିଲେ । ସମସ୍ତ କାର୍ଯ୍ୟକୁ ପ୍ରାଧିକରଣ କର୍ମଚାରୀ ଓ ଆଇନ ସଚେତନତା କର୍ମୀମାନେ ଉପସ୍ଥିତ ରହି ପରିଚାଳନା କରି ଥିଲେ ।

hiranchal ad1
Leave A Reply

Your email address will not be published.

11 − eight =