ମାଗଣା ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ

0 120

ଘୁ.ଉଦୟଗିରି : କରୋନା ମହାମାରୀ ସମୟଠାରୁ ଅଦ୍ୟାବଧିଭାବେ ପିଲାମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଦୁଇ ଦିନ ତାଲିମ ପ୍ରଦାନ କରାଯାଇଛି ।
ପିଲାମାନଙ୍କୁ ପାଠପଢ଼ାରେ ଅଭ୍ୟାସ କରେଇବା ପାଇଁ ସହଜ ଉପାୟ ଅବଲମ୍ବନ କରିବା, ଉପଯୁକ୍ତ ଜ୍ଞାନ ପ୍ରଦାନ କରିବା, ନୃତ୍ୟ, ସଙ୍ଗୀତ, ଖେଳ, ବକୃତା ଓ ବିଭିନ୍ନ ଉପାୟ ଅବଲମ୍ବନ କରି ଶିକ୍ଷା ଦେବାର ଏହାର ମୂଳ ଉଦ୍ଦେଶ୍ୟ । କାରଣ ବର୍ତ୍ତମାନ ସୁଧା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ବହୁତ ପିଲା ମାନେ ପାଠ ପଢାରେ ମନ ବଳୁନଥିବା ଦେଖାଯାଉଛି । ସେମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରି ଶିକ୍ଷା କ୍ଷେତ୍ରେରେ ଉନ୍ନତି କରେଇବା ପାଇଁ ଏହା ଏକ ଅଭିନବ ପ୍ରୟାସ । ଯାହା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯାଉଛି । ଗାଁର ଶିକ୍ଷିତ ଯୁବକ, ଯୁବତୀ ଓ ଶିକ୍ଷାବିତମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ଏଥି ପାଇଁ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ରହିଛି ।
ଘୁ.ଉଦୟଗିରି ବ୍ଲକ ସ୍ଥିତ ଗୁଡ୍‌ ସମରିଟାନ କାର୍ଯ୍ୟାଳୟଠାରେ ଟିକାବାଲି, ରାଇକିଆ, ଘୁ.ଉଦୟଗିରି ଓ ଚକାପାଦ ବ୍ଲକରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ । ଏଭଳି ମନଯୋଗ ଦେଇ ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବାକୁ ଅଗକୁଆସୁଥିବା ଶିକ୍ଷିତ ଯୁବକ, ଯୁବତୀ ଓ ଶିକ୍ଷାବିତମାନଙ୍କ ପାଇଁ ଗାଁର ପିଲାମାନଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ହେଉଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

two × 4 =