ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ

0 41

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ଓଡିଶା ସାମ୍ବାଦିକ ସଂଘ କନ୍ଧମାଳ ଶାଖାର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବୈଠକରେ ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ, ଏବଂ ରାଜ୍ୟ କୋଷାଧ୍ୟକ୍ଷ ଅରୁଣ କୁମାର ଷଢଙ୍ଗୀ ଯୋଗ ଦେଇଥିଲେ । ଜିଲ୍ଲା ସମ୍ପାଦକ ପ୍ରିୟବ୍ରତ ସାହୁ ଏଥିରେ ଅତିଥିଙ୍କୁ ସ୍ୱାଗତ ଜଣାଇବା ସହ ଆସନ ଅଳକୃତ ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରିଥିଲେ । ପରେ ସଭାପତି ରାଧାମୋହନ ମହାପାତ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଏବଂ ସଂଘର ଉପସ୍ଥିତ ସଭ୍ୟଙ୍କୁ ଶୁଭେଚ୍ଛା ଦେବା ସହ ସଂଘର ପରିଚାଳନା ସମ୍ପର୍କରେ ସମ୍ୟକ ଦୃଷ୍ଟି ଦେଇଥିଲେ । ରାଜ୍ୟ ସମ୍ପାଦକ ଶଶୀ ଭୂଷଣ ପ୍ରହରାଜ ଏବଂ କୋଷାଧ୍ୟକ୍ଷ ଅରୁଣ କୁମାର ଷଢଙ୍ଗୀ ସାମ୍ବାଦିକଙ୍କ ସୁରକ୍ଷା ଓ ସରକାରଙ୍କ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମାକରଣ ସହ ସରକାରଙ୍କ ବିଭିନ୍ନ ଯୋଜନାରେ ସାମ୍ବାଦିକଙ୍କୁ କିଭଳି ଅନ୍ତର୍ଭୁକ୍ତ କରି ସହାୟତା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଉ ମୁଖ୍ୟ ଅତିଥି ବିଧାୟକ ଅଙ୍ଗଦ କହଁର କନ୍ଧମାଳ ଜିଲ୍ଲାର ବିକାଶରେ ସାମ୍ବାଦିକଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଅଛି । ଏଣୁ ସାମ୍ବାଦିକମାନଙ୍କ କାର୍ଯ୍ୟକୁ ସେ ଭୂୟସୀ ପ୍ରଶଂସା କରିଥିଲେ । ତେବେ ଉକ୍ତ ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଓଡିଶା ସାମ୍ବାଦିକ ସଂଘର ସଦସ୍ୟ ମାନେ ଯୋଗଦେଇଥିଲେ । ଜିଲ୍ଲା ଉପସଭାପତି ସୁରେଶ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ ମାଧବ ଦାସ ମନୋନୀତ ହୋଇଥିଲେ । ଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ବଟକୃଷ୍ଣ ଦାସ ଧନ୍ୟବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

two × one =