ବିଜେଡିରେ ମିିଶିଲେ ଶତାଧିକ ଯୁବକ

0 142

ପାରଳାଖେମୁଣ୍ଡି : ଗୁମ୍ମା ବ୍ଳକ, ଜୀବା ପଞ୍ଚାୟତ, ୱାର୍ଡ ନଂ ୦୩, ଅନୁକୁଣ୍ଡାଗୁଡା ଗ୍ରାମର ଶତାଧିକ ଯୁବକ ଗତକାଲି ସନ୍ଧ୍ୟାରେ ଗଜପତି ଜିଲ୍ଲା କାର୍ଯ୍ୟାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ଦ୍ୱାରା ପ୍ରଭାବିତ ହୋଇ ଗଜପତି ଜିଲ୍ଲାରେ ବିକାଶଧାରାକୁ ଆଉ ପାଦେ ଆଗେଇନେବା ଓ ସଙ୍ଗଠନକୁ ମଜବୁତ କରିବା ଲକ୍ଷ୍ୟରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଗଜପତି ଜିଲ୍ଲା ସଭାପତି ଓ ଦଳର ତୁଙ୍ଗନେତା ମାନେ ସେମାନଙ୍କୁ ସାଦରେ ଦଳକୁ ସ୍ୱାଗତ କରିଥିଲେ । ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳର ବିପୁଳସଫଳତା ପାଇଁ ସଂକଳ୍ପ ନେବାପାଇଁ ଆହ୍ୱାନ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

thirteen + eleven =