ରାଜସ୍ଥାନରେ ସ୍ତ୍ରୀକୁ ବିକି ଦେଇଥିଲା ସ୍ୱାମୀ : ଯୁବତୀ ଉଦ୍ଧାର, ଜେଲ ଗଲେ ଯୁବକ

0 132

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ସୁଲେକେଲା ଗାଁର ଧ୍ରୁବ ରଣାର ପୁଅ ରାଜେଶ ରଣା ଗତ କିଛି ଦିନ ତଳେ ସଇଁତଳା ଥାନା ଟିକ୍ରାପଡା ଗାଁର ସଂକୀର୍ତ୍ତନ ରଣାଙ୍କ ଝିଅ ଭାରତୀକୁ ପ୍ରେମ ବିବାହ କରିଥିଲା । ବିବାହର ତିନି ମାସ ପରେ ଜୁଲାଇ ମାସରେ ଦୁହେଁ ଇଟା ଗଢିବା ପାଇଁ ଯାଉଛୁ କହି ବାହାର ରାଜ୍ୟକୁ ଯାଇଥିଲେ । ଭାରତୀକୁ ତାଙ୍କ ସ୍ୱାମୀ ଅଗଷ୍ଟ ୪ ତାରିଖରେ ନେଇ ରାଜସ୍ଥାନର ମନଝୋଲା ଗାଁ ରେ ୧୮୦୦୦୦ ଟଙ୍କା ରେ ବିକ୍ରି କରି ଦେଇଥିଲା । ପରେ ସେ ନିଜ ଗାଁକୁ ଚାଲିଆସିଥିଲା ଓ ମୋ ସ୍ତ୍ରୀ ଅନ୍ୟ କାହା ସହିତ ପଲାଇ ଯାଇଛି କହି ପରିବାର ଲୋକଙ୍କୁ ଭୁଆଁ ବୁଲାଉଥିଲା । ନିଖୋଜ ଝିଅର ବାପା ଖବର ପାଇ ଅଗଷ୍ଟ ୪ ତାରିଖ ଦିନ ବେଲପଡା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଫୋନ କଲ୍‌ ଟ୍ରାକିଂ କରି ଜାଣିବାକୁ ପାଇ ବେଲପଡା ପୋଲିସ ରାଜସ୍ଥାନର ପୋଲିସକୁ ଜଣାଇଥିଲେ । ରାଜସ୍ଥାନ ପୋଲିସ ଅନୁସନ୍ଧାନ କରି ଝିଅକୁ ଉଦ୍ଧାର କରିଥିଲେ ଓ ବେଲପଡା ପୋଲିସକୁ ହସ୍ତାନ୍ତର କରିଛନ୍ତି । ବେଲପଡା ପୋଲିସ କେଶ ନମ୍ବର ୨୨୬/୨୧ ମାମଲା ରୁଜୁ କରି ରାଜେଶକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

twenty − four =