ଶାହଙ୍କ ଗସ୍ତ ବେଳେ କାଶ୍ମୀରରେ ନାଗରିକଙ୍କୁ ହତ୍ୟା

0 47

ଜମ୍ମୁ : ଜମ୍ମୁ କାଶ୍ମୀରର ଶୋପିଆନ୍‌ରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ଘଟଣା ଶୋପିଆନ୍‌ର ଜୈନପୋରା ଅଞ୍ଚଳର ବାବାପୋରା ଘଟିଛି । ଅଜ୍ଞାତ ବନ୍ଧୁକଧାରୀ ଉକ୍ତ ବ୍ୟକ୍ତିଙ୍କ ଉପରକୁ ଗୁଳି ଚଳାଇ ପଳାଇ ଯାଇଥିଲେ । ମୃତକଙ୍କ ନାମ ସହିଦ ଅହମ୍ମଦ ବୋଲି ଜଣାପଡିଛି । କେଉଁ ପରିସ୍ଥିତିରେ ଏହି ଆକ୍ରମଣ ହୋଇଛି ସେନେଇ ଘଟଣାର ତଦନ୍ତ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ଏହା ଆତଙ୍କବାଦୀ ଆକ୍ରମଣ କି ନୁହେଁ ତାହା ଏଜେନ୍ସିଗୁଡ଼ିକ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହାଁନ୍ତି । ଏହି ଆକ୍ରମଣ ଏପରି ଏକ ସମୟରେ ଆସିଛି ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତିନି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଅଛନ୍ତି । ଗତକାଲି ସେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଜାମ୍ମୁ କାଶ୍ମୀରର ପୋଲିସ୍‌ ପରଭେଜ୍‌ ଦାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ।
ଏହି ମାସରେ ଉପତ୍ୟକାରେ ଜଣେ ସାଧାରଣ ନାଗରିକଙ୍କ ଦ୍ୱାଦଶ ହତ୍ୟା । ଏହାପୂର୍ବରୁ ଆତଙ୍କବାଦୀମାନେ ଦୁଇଜଣ ଶିକ୍ଷକ, ଜଣେ ଡାକ୍ତରୀ ବ୍ୟବସାୟୀ, ୫ ଜଣ ପ୍ରବାସୀ ଶ୍ରମିକଙ୍କ ସମେତ ୧୧ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛନ୍ତି । ଶନିବାର ନିଜେ ଗୃହମନ୍ତ୍ରୀ ଅମିତ ଶାହା ବରିଷ୍ଠ ସେନା ଏବଂ ପୋଲିସ ଅଧିକାରୀଙ୍କ ଏକ ବୈଠକ ଡକାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

two × four =