ରକ ପେବୁଲସର ଗୀତା ମେହେଟା ବିଶେଷାଙ୍କ ଉନ୍ମୋଚିତ

0 146

ବୌଦ୍ଧ,୫/୧୧- ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଇଂରାଜୀ ସାହିତ୍ୟ ତ୍ରୈ÷ମାସିକ ପତ୍ରିକା ରକ୍‌ ପେବୁଲସର ସେପ୍‌ଟେମ୍ବର ସଂଖ୍ୟା (ଗୀତା ମେହେଟା ବିଶେଷାଙ୍କ ) ସ୍ଥାନୀୟ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଅତିଥି ମାନଙ୍କଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପତ୍ରିକାର ମୁଖ୍ୟ ପୃଷ୍ଠପୋଷକ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ଉଦୟନାଥ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଗୀତା ମେହେଟାଙ୍କ ସାହିତ୍ୟକୃତି ବିଷୟରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର କହିଲେ ଯେ ଗୀତା ମେହେଟାଙ୍କ ଉପନ୍ୟାସ ଦି ରିଭର ସୂତ୍ର ବିଶ୍ୱ ସାହିତ୍ୟକୁ ଏକ ଅମୂଲ୍ୟ ଅବଦାନ । ମୁଖ୍ୟବକ୍ତା ପ୍ରଫେସର ଡ଼ଃ କାଲିକିଙ୍କର ପଟ୍ଟନାୟକ ଗୀତା ମେହେଟାଙ୍କ ସମଗ୍ର ସାହିତ୍ୟ ସୃଷ୍ଟି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କ ରଚିତ ଦି ରିଭର ସୂତ୍ର, ଇଟରନାଲ ଗଣେଶ, ସ୍ନେକ୍ସ ଏଣ୍ଡ ଲେଡର୍ସ, ରାଜ୍‌, ମାଉଣ୍ଟେନ ସୂତ୍ର, କର୍ମା କୋଲା ବିଭିନ୍ନ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସାମିଲ ହୋଇଥିବାର ସୂଚନା ଦେଇଥିଲେ । ସଭାପତି ଡ଼ଃ ଉଦୟନାଥ ମାଝୀ ପ୍ରକାଶ କରିଥିଲେ ଯେ ଗତବର୍ଷ ପତ୍ରିକା ତରଫରୁ ଗୀତା ମେହେଟାଙ୍କ ସାହିତ୍ୟକୃତି ବିଷୟରେ ଦୁଇଟି ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା ଓ ସେଥିରେ ଉପସ୍ଥାପନ ହୋଇଥିବା କିଛି ପ୍ରବନ୍ଧକୁ ଏହି ବିଶେଷ ସଂଖ୍ୟାରେ ସ୍ଥାନିତ କରାଯାଇଛି । ଏଥିପୂର୍ବରୁ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ଏବଂ କଥାଶିଳ୍ପୀ ମନୋଜ ଦାସଙ୍କ ଉପରେ ମଧ୍ୟ ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶିତ ହୋଇଛି । ଭାଷା ଓ ସାହିତ୍ୟରେ ଅଧ୍ୟାପନା ଏବଂ ଗବେଷଣା କରୁଥିବା ସମସ୍ତଙ୍କ ପାଇଁ ଏହି ପତ୍ରିକା ଅତ୍ୟନ୍ତ ଉପଯୋଗୀ ଅଟେ । ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସୌଭାଗ୍ୟବନ୍ତ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରକାଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

six + two =