ପାଟଣାଗଡ,୮/୧୧- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବନମାଳ ଠାରେ ୭୦ ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଗୋ ସମ୍ବର୍ଦ୍ଧନା ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ ରଣା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ବଲାଙ୍ଗିର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବେଲପଡ଼ା ତହସିଲଦାର ପ୍ରଶାନ୍ତି ପ୍ରଧାନ ବେଲପଡ଼ା ବିଡିଓ ଭିକ୍ଟର ସୁରେନ୍ ସିଡିଭିଓ ଡା ଦିଗାମ୍ବର ସାହୁ, ବଲାଙ୍ଗିର, କଳାହାଣ୍ଡି , ନୂଆପଡା ଦୁଗ୍ଧ ଆଗାମୀ ଦିନରେ ଚାଷୀମାନେ ଅଧିକ ଦୁଗ୍ଧ ଉତ୍ପାଦନ କରି ଶୀତଳକରଣ ଡ ସରୋଜ କୁମାର ସାହୁ ମଞ୍ଚାସୀନ ଥିଲେ । ଗାଈ ଚାଷୀମାନଙ୍କୁ କିପରି ଅଧିକ ସୁବିଧାସୁଯୋଗ ଯୋଗାଇ ଦିଆଯିବ ଜିଲ୍ଲାପାଳ ସେ ସମ୍ବନ୍ଧରେ ତାଙ୍କ ବକ୍ତବ୍ୟ ରଖିଥିଲେ । ଗାଈ ପାଳନ ବିଷୟରେ ବନମାଳ ପଞ୍ଚାୟତ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗିରିଜା ସାହୁ ପ୍ରଥମ, ରେଖା ପଧାନ ଦି୍ୱତୀୟ, ଜିତୁ ନିଆଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ଅନ୍ୟପକ୍ଷରେ ଗାଈଚାଷୀମାନଙ୍କ ମଧ୍ୟରେ ପରମେଶ୍ୱର ବିଶ୍ୱାଳ ପ୍ରଥମ ,ଟିକେଶ୍ୱର ସା ଦି୍ୱତୀୟ, ଦୁଷ୍ମନ୍ତ କ୍ଷେତି ତୃତୀୟ ସ୍ଥାନ ପାଇଥିବା ବେଳେ ସେହିପରି ଜିଲ୍ଲାପାଳ ଗାଈ ଚାଷୀ ମାନଙ୍କୁ ପୁରସ୍କୃୃତ କରିଥିଲେ । ସେହିପରି ଯେଉଁ ମାନଙ୍କର ବାଛୁରୀ ଭଲ ହେଇଥିଲା ସେମାନଙ୍କୁ ଚୟନକରି ଭୀଷ୍ମ ବିଶ୍ୱାଳ ପ୍ରଥମ, ଡୋଳାମଣି ସାହୁ ଦି୍ୱତୀୟ ଓ ଅଲେଖ ବିଶ୍ୱାଳଙ୍କୁ ପୁରସ୍କୃତ କରାଯାଇଥିଲା ଏହି ୭୦ ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ସମାରୋହରେ । ଅଞ୍ଚଳରେ ବହୁତ ଗାଈପାଳନ କରିଥବା ଚାଷୀମାନେ ଅଂଶଗ୍ରହଣ କରିଥିଲେ । ବଲାଙ୍ଗୀର ଅତିରିକ୍ତ ପ୍ରାଣୀଚିକିତ୍ସା ଡକ୍ଟର ଦେବସ୍ମିତା ଦେବତା, ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀଧନ ନିରୀକ୍ଷକ ଯଶୁଲାଲ କୁମ୍ଭାର,ଶଙ୍କର ମେହେର,ଉମେଶ ଚନ୍ଦ୍ର ଭୋଇ,ଅମିତ୍ କୁମାର,ବାରିକ, ରୋପ୍ୟମୟୀ ବିଶ୍ୱାଳ, ଆଟେଣ୍ଡାଣ୍ଟ କୃଷ୍ଣ ସାହୁ, ବିପିନ ବରିହା ପ୍ରମୁଖ ଉପସ୍ଥିତ ଥିବାବେଳେ ଡ. ଆଲୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।