ମମିତା ମେହେର ମୃତ୍ୟୁ ଘଟଣାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

0 51

ଜି. ଉଦୟଗିରି : ମମିତା ମେହେର ଘଟଣାରେ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରି ରାଜ୍ୟ ସାରା ଆନ୍ଦୋଳନ ଜାରି ରହିଥିବା ବେଳେ ଜି. ଉଦୟଗିରି ବିଜେପି ନଗର ଏବଂ ଗ୍ରାମିଣ ମଣ୍ଡଳ ତରଫରୁ ବ୍ଲକ କାଯ୍ୟାଳୟ ସମ୍ମୁଖ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ମନ୍ତ୍ରୀ ପ୍ରତାପ ଜେନା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଜି. ଉଦୟଗିରି ନଗର ବିଜେପି ସଭାପତି ଉଦେସନ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାଯ୍ୟକ୍ରମରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅବନେଶ୍ୱର ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ମାନଗୋବିନ୍ଦ ପ୍ରଧାନ, ଗ୍ରାମୀଣ ମଣ୍ଡଳ ସଭାପତି ମାୟାବନ୍ଧୁ ପ୍ରଧାନ, ବରିଷ୍ଠ ବିଜେପି ନେତା ରସାନନ୍ଦ ନାୟକ, ସନ୍ତୋଷ ମୁନି, ବିଶ୍ୱମ୍ଭର ମହାରଣା, ନବକିଶୋର ପ୍ରଧାନ, ରାଜ କିଶୋର ପାଣିଗ୍ରାହୀ, ନାରୀ ନେତ୍ରୀ ସତ୍ୟଭାମା ପ୍ରଧାନ, ଯଶ୍ମୀନା ନାୟକ ପ୍ରମୁଖ ଉପସ୍ଥିତ ରହି ବ୍ଲକ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

thirteen + 18 =