ଶୀତରେ ଥରୁଛି ଓଡିଶା, ୧୫ ଡିଗ୍ରୀ ତଳେ ଏହି ୭ସହର

0 92

ଭୁବନେଶ୍ୱର: ରାଜ୍ୟରେ ପାଗ ଶୁଖିଲା ରହିଥିବାବୋଳେ ଧୀରେଧୀରେ ବଢୁଛି ଶୀତର ମାତ୍ରା ।  ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ଡା ଓ ଶୁଷ୍କବାୟୁ ପ୍ରଭାବରେ ଓଡିଶାର ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି  । ଗତ ରାତିରେ ରାଜ୍ୟର ୮ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀରୁ କମ୍ ରହିଥିଲା । ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ଭାବେ ଦାରିଙ୍ଗବାଡି  ରେକର୍ଡ କରିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନି ଉମାଶଙ୍କର ଦାଶ । 

hiring

ଗତ ରାତିରେ ପାହାଡିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୧୧ ଡିଗ୍ରି ରେକର୍ଡ ହୋଇଛି  ।  ଫୁଲବାଣୀରେ ୧୧.୫ ଡିଗ୍ରୀ, କୋରାପୁଟରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୩ ଡିଗ୍ରୀ, ଭବାନୀପାଟଣାରେ ୧୪.୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୪.୨ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୮ ଡିଗ୍ରୀ, ସୋନପୁର ତାପମାତ୍ରା ୧୪.୮ ଡିଗ୍ରୀ ରହିଛି । ସେହିପରି ବାଲେଶ୍ୱରରେ ୧୭.୬ ଡିଗ୍ରୀ, ଚାନ୍ଦବାଲିରେ ୧୬.୮ ଡିଗ୍ରୀ, ପାରାଦୀପରେ ୧୯.୨ ଡିଗ୍ରୀ, ଗୋପାଳପୁରରେ ୧୯.୬ ଡିଗ୍ରୀ, ଅନୁଗୋଳରେ ୧୬.୦ ଡିଗ୍ରୀ, ବାରିପଦାରେ ୧୬.୮ଡିଗ୍ରୀ, କେନ୍ଦୁଝରରେ ୧୩.୫ ଡିଗ୍ରୀ, ସମ୍ୱଲପୁରରେ ୧୬.୭ ଡିଗ୍ରୀ, ସୁନ୍ଦରଗଡରେ ୧୮.୫ଡିଗ୍ରୀ, ହୀରାପୁଦରେ ୧୬.୨ ଡିଗ୍ରୀ, ତାଳଚେରରେ ୧୭.୦ ଡିଗ୍ରୀ, ମାଲକାନଗିରିରେ ୧୫.୫ ଡିଗ୍ରୀ, ନୟାଗଡର ତାପମାତ୍ର ୧୬.୫ ଡିଗ୍ରୀ ରହିଛି । ଠିକ୍ ସେହିପରି ଭୁବନେଶ୍ୱର ୧୭.୪ ଓ କଟକର ରାତ୍ରି ତାପମାତ୍ରା ୧୭ ଡିଗ୍ରୀ ରହିଛି । ଏହା ସହିତ ଭୁବନେଶ୍ୱରରେ ତାପମାତ୍ରା ୧୭.୪ ଡିଗ୍ରୀ ଓ କଟକରେ ୧୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

hiranchal ad1
Leave A Reply

Your email address will not be published.

11 + ten =