ଫାଇନାଲରେ ନ୍ୟୁଜିଲାଣ୍ଡ

0 84

ଆବୁଧାବି : ଇଂଲଣ୍ଡ ହାତରୁ ମ୍ୟାଚ ଛଡାଇ ଆଣିଲେ ନିଶାମ ଓ ମିଚେଲ । ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ ରୋମାଞ୍ଚକର ଭାବେ ଇଂଲଣ୍ଡକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଇନିଂସର ଶେଷ ୪ ଓଭରରେ ଖେଳର ଅଲଟପାଲଟ ହୋଇଥିଲା । ୧୬ ଓଭର ଯାଏଁ ଇଂଲଣ୍ଡ ହାତରେ ମ୍ୟାଚ ଥିଲା । କିନ୍ତୁ ନିଶାମ ପଡିଆକୁ ଓହ୍ଲାଇବା ପରେ ମ୍ୟାଚର ଗତିପଥ ବଦଳିଥିଲା । ସେ ମାତ୍ର ୧୧ ବଲରେ ୨୭ ରନ କରି ବିଜୟର ମୂଳଦୁଆ ପକାଇଥିଲେ । ମିଚେଲ ଶେଷ ଯାଏ ଅପରାଜିତ ରହି ଦଳକୁ ପ୍ରଥମ ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚାଇଥିଲେ । ଦଳ ୭ ବଲ ବାକି ଥାଇ ୫ ଉଇକେଟରେ ବିଜୟୀ ହୋଇଛି । ୧୬୭ ରନର ଟାର୍ଗେଟକୁ ଦଳ ୫ ଉଇକେଟ ହରାଇ ୧୮.୫ ବଲରେ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଦଳ ପକ୍ଷୁର ମିଚେଲ ସର୍ବାଧିକ ୭୭ ରନ କରିଥିବା ବେଳେ କନୱେ ୩୫ ବଲରେ ୪୬ ରନ କରିଥିଲେ । ବୋଲିଂରେ ଇଂଲଣ୍ଡର ୱାକ୍ସ ଓ ଲିଭିଙ୍ଗଷ୍ଟନ ୨ଟି ଲେଖାଏଁ ଉଇକେଟ ନେଇଥିଲେ ।
ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୬ ରନ କରିଥିଲା ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଇଂଲଣ୍ଡ ଆରମ୍ଭରୁ ସତର୍କତାର ସହ ଖେଳି ଥିଲା । କିନ୍ତୁ ପରେ ଦୁଇ ଓପନର ହାତଖୋଲା ସଟ ଖେଳିବା ଆରମ୍ଭ କରିଥିଲେ । ମାତ୍ର ଓପନର ଜନି ବେୟାରଷ୍ଟୋ ମାତ୍ର ୧୬ ରନ କରି ଆଉଟ ହେବା ପରେ ଦଳକୁ ଝଟକା ଲାଗିଥିଲା । କିନ୍ତୁ ଜସ ବଟଲର ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ୨୪ ବଲରୁ ୨୯ ରନ କରିଥିଲେ । ଓପନିଂ ଯୋଡ଼ି ଆଉଟ ହେବା ପରେ ଆସିଥିବା ଡାୱିଡ ମଲାନ ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଅଲ୍ଲି ୩୬ ବଲରୁ ନିଜର ଅର୍ଦ୍ଧ ଶତକ କରିଥିଲେ । ସେହିପରି ମଲାନ ୪୨ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୧୭ ରନ କରିଥିଲେ ।
ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଥି, ଅସ ସୋଡି, ଜେମ୍ସ ନିସମ ଓ ଆଡାମ ମିଲନେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

hiranchal ad1
Leave A Reply

Your email address will not be published.

15 − eight =