ଷଣ୍ଢର ଦାମ୍‌ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେତେ

0 73

ବାଙ୍ଗାଲୋର : ବାଙ୍ଗାଲୋରର ଚାଲିଥିବା ୪ଦିନିଆ କୃଷି ମେଳାରେ ଏକ ଷଣ୍ଢ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ମେଳାରେ କୃଷ୍ଣ ନାମକ ଏକ ଷଣ୍ଢ ଚର୍ଚ୍ଚାର ବିଷୟ ପାଲଟିଛି । କୃଷ୍ଣଙ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଛନ୍ତି । ଏହାକୁ ଦେଖିବା ଏବଂ କିଣିବା ପାଇଁ ଲୋକମାନେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । କୃଷ୍ଣ ନାମକ ଷଣ୍ଢ ବୟସ ମାତ୍ର ସାଢେ ୩ବର୍ଷ । ଏହା ହାଲିକର ପ୍ରଜାତିର ଷଣ୍ଢ୍‌ । ନ୍ୟୁଜ୍‌ ଏଜେନ୍ସି ଏନ୍‌ଆଇଏ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦେଇଛି ।
ବାଙ୍ଗାଲୋରରେ ଅନୁଷ୍ଠିତ ୪ ଦିନିଆ କୃଷି ମେଳାର ଏକ ଅତ୍ୟାଧୁନିକ ଢଙ୍ଗରେ ଆୟୋଜିତ ହୋଇଥିଲା । ଲୋକମାନେ ଏଥିରେ ଉଭୟ ପ୍ରତ୍ୟେକ୍ଷ ଓ ଭର୍ଚୁଆଲ ମୋଡରେ ଅଂଶଗ୍ରହଣ କରିଥିଲେ । ଗୋଟିଏ ପ୍ରକାରେ ଏହା ମଧ୍ୟ ପ୍ରଥମ କୃଷି ମେଳା ଥିଲା ।
ଗଣମାଧ୍ୟମକୁ ସୂଚନା ଦେଇ ଷଣ୍ଢ ମାଲିକ କହିଛନ୍ତି ଯେ ହାଲିକର ପ୍ରଜାତିର ଷଣ୍ଢର ଶୁକ୍ରାଣୁ ବହୁତ ଚାହିଦା ରହିଛି । ସେ କହିଛନ୍ତି ଯେ ସେ ଏହାର ବୀଜର ଗୋଟିଏ ଡୋଜ ଏକହଜାର ଟଙ୍କାରେ ବିକ୍ରି ହୁଏ । ସେ ଆହୁରି କହିଛନ୍ତି ହାଲିକର ପ୍ରଜାତିର ସମସ୍ତ ଗୋରୁ ଇ୨ ପ୍ରୋଟନ୍‌ ଥିବା କ୍ଷୀର ପାଇଁ ଜଣାଶୁଣା । ବର୍ତ୍ତମାନ ଏହି ପ୍ରଜାତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି । କୃଷ୍ଣ ଷଣ୍ଢକୁ କିଣିବା ପାଇଁ ବ୍ୟବସାୟୀମାନେ ହଜାର, ଲକ୍ଷ ଏମିତି କୋଟିଏ ଟଙ୍କା ଯାଏଁ ଟେଣ୍ଡର କରନ୍ତି । ଷଣ୍ଢ ମାଲିକ କହିଛନ୍ତି ଯେ ମେଳାରେ ଜଣେ କ୍ରେତା କୃଷ୍ଣ ଷଣ୍ଢକୁ ଏକ କୋଟିରେ କିଣିଛନ୍ତି ।

hiranchal ad1
Leave A Reply

Your email address will not be published.

six + seven =