ସୋନପୁର : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ସୋନପୁର ପୁଲିସ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ଅର୍ଜୁନପୁର ଜଙ୍ଗଲରୁ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । କାର୍ଯ୍ୟାନଷ୍ଠାନ ଭୟରେ ଶିଶୁଟିକୁ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ପକ୍ଷରୁ ଉଦ୍ଧାର କାରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।ଶିଶୁ କନ୍ୟାକୁ ଫେରି ପାଇଥିବା ମାବାପା ଖୁସି ପ୍ରକାଶ କରିବାସହ ସୁବର୍ଣ୍ଣପୁର ମିଡ଼ିଆ ଓ ପୋଲିସର ତତ୍ପରତା ପାଇଁ ଏହା ସମ୍ଭବ ହୋଇଛି ବୋଲି ସେମାନେ ପ୍ରକାଶ କରିଛନ୍ତି ।