ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ମନ୍ତ୍ରୀ ପ୍ରତାପ ଜେନା କ’ଣ କହିଲେ ଜାଣନ୍ତୁ

0 410

ଫୁଲବାଣୀ: ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ କନ୍ଧମାଳ ଷ୍ଟାଡିୟମରେ ପହଞ୍ଚି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ସହ ପ୍ରାୟ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୧୧ ଟା ୩୦ ମିନିଟ ରୁ ୧୨ ଟା ୨୫ ମିନିଟ ଭିତରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଓ ସମସ୍ତ ଉଦଘାଟନ କାର୍ଯ୍ୟକ୍ରମ ଶେଷ ହେବାପରେ ଫେରିଯିବେ ମୁଖ୍ୟମନ୍ତ୍ରୀ । କନ୍ଧମାଳ ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ବୋଲି ଆଜି ସ୍ଥାନୀୟ ପିଅନପଡା ସ୍ଥିତ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ମନ୍ତ୍ରୀ ତଥା ବିଜେଡି କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା । କାର୍ଯ୍ୟକ୍ରମକୁ ତଦାରଖ କରିବା ମନ୍ତ୍ରୀ ଶ୍ରୀ ଜେନା, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କନ୍ଧମାଳରେ ଅଛନ୍ତି । ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା, ରଘୁନାଥ ଦାସ, ତୁଷାରକାନ୍ତି ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନ, ପଦ୍ମନାଭ ବେହେରାଙ୍କ ସମେତ ଅନେକ ମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି । ଏପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଭାଗ ପକ୍ଷରୁ ପ୍ରାୟ ୧୩ ପ୍ଲାଟୁନ ପୋଲିସ ଫୋର୍ସ, ମୁତୟନ ହୋଇଥିବା ବେଳେ ଏଓଜି, ଡିଭିଏଫ ଓ ସିଆରପିଏଫ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ଏଥି ନିମନ୍ତେ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

20 − 8 =