ଜହ୍ନପଙ୍କ :ବୌଦ୍ଧ ବ୍ଳକ ତେଲିବନ୍ଧରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାର ଅନୁଷ୍ଠିତ ହେବ । ଏହି ଅବସରରେ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତେଲିବନ୍ଧ ଗାଁର ପ୍ରବେଶ ରାସ୍ତାରେ ଶ୍ରୀରାମ ମନ୍ଦିର ତୋରଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ନଂ ୬ ଜିଲ୍ଲା ପରିଷଦ ସଭ୍ୟ ଧନେଶ୍ୱର ଅମାତ,ପୂର୍ବତନ ୬ ନଂଜିଲ୍ଲା ପରିଷଦ ସଭ୍ୟ । ଯସ୍ମୀନ ପ୍ରଧାନ, ତେଲିବନ୍ଧ ସରପଞ୍ଚ ନଳିନୀ ପଲିଆ, ସମିତି ସଭ୍ୟ ଅମୃତି ମେହେର ପ୍ରମୁଖ ଯୋଗଦେଇଥିଲେ ।