ଏହି ଚାରି ଖେଳାଳିଙ୍କୁ ରଖିପାରେ ଚେନ୍ନାଇ ସୁପର କିଙ୍ଗ୍‌ସ !

0 113

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଖୁବଶୀଘ୍ର ମେଗା ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଏଇଥି ପାଇଁ ସବୁ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ନିୟମ ମୁତାବକ ନୂଆ କରି ଆଇପିଏଲରେ ସାମିଲ ହୋଇଥିବା ଦୁଇ ଫ୍ରାଞ୍ଚାଇଜ ମେଗା ଅଡିସନ ପୂର୍ବରୁ ୩ଜଣ ଖେଳାଳିଙ୍କୁ କିଣିପାରିବେ । ସେହିପରି ଅନ୍ୟ ୮ଟି ଟିମ୍‌ ନିଜ ଦଳର ୪ଜଣ ଖେଳାଳିଙ୍କୁ ରଖିପାରିବେ । ଏଥିରେ ତିନିଜଣ ଭାରତୀୟ ଓ ଜଣେ ବିଦେଶୀ ଖେଳାଳିଙ୍କୁ ରଖିବାର ଅନୁମତି ରହିଛି । ଏହି କ୍ରମରେ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟ ତା’ର ୪ଜଣ ଖେଳାଳିଙ୍କୁ ରଖିପାରିବ । ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ମଧ୍ୟ ମହେନ୍ଦ୍ର ସିଂ ଧୋନୀ ଅଧିନାୟକତ୍ୱ କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଥିବାରୁ ଦଳ ପାଖରେ ଆଉ ତିନୋଟି ସ୍ଥାନ ବାକି ଅଛି । ଏହି ତିନି ସ୍ଥାନ ପାଇଁ ଫ୍ରାଞ୍ଚାଇଜ ଓପନର ଋତୁରାଜ ଗାଏକ୍ୱାଡ, ରବିନ୍ଦ୍ର ଜାଡାଜେଙ୍କୁ ରଖିବା ସହ ଜଣେ ବିଦେଶୀ ଖେଳାଳିଙ୍କୁ ସାମିଲ କରିବ । ଦଳରେ ବହୁ ବିଦେଶୀ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଡୁଫ୍ଲେସିସ୍‌, ବ୍ରାଭୋ, ମୋଇନ ଅଲ୍ଲି, ହେଜଲଉଡ ରହିଛନ୍ତି । ଏମାନଙ୍କ ମଧ୍ୟରୁ ସବୁଠୁ ଆଗରେ ଅଛନ୍ତି ଡୁଫ୍ଲେସିସ । ଆଗାମୀ ଆଇପିଏଲ ଭାରତରେ ହେବାକୁ ଥିବାରୁ ତାଙ୍କର ରେକର୍ଡ ଭଲ ରହିଛି ।ତେଣୁ ତାଙ୍କ ଦଳ ରଖିପାରେ । ଚେନ୍ନାଇ ସୁପର କିଙ୍ଗ୍‌ସ ମହେନ୍ଦ୍ର ସିଂ ଧୋନୀ, ଋତୁରାଜ ଗାଏକ୍ୱାଡ, ରବିନ୍ଦ୍ର ଜାଡେଜାଙ୍କ ସହ ବିଦେଶୀ ଖେଳାଳି ଭାବେ ଡୁଫ୍ଲେସିସ୍‌ଙ୍କୁ ରଖିପାରେ ।

hiranchal ad1
Leave A Reply

Your email address will not be published.

twelve + 6 =