ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ହଲ୍ଲାବୋଲ୍‌

0 72

ବାଲିଗୁଡ଼ା: ଅହେତୁକ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ଆରଡିସି ଅଞ୍ଚଳରେ ଆଜି ବିଜେଡ଼ି ପ୍ରତିବାଦ କରୁଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ସମେତ ଚାରୋଟି ବ୍ଲକ୍‌ ବାଲିଗୁଡ଼ା, କ.ନୁଆଗାଁ, କୋଟଗଡ଼ ଓ ତୁମୁଡ଼ିବନ୍ଧରେ ବିଜେଡ଼ି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନ୍‌ଏସି କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ୍‌ ସମ୍ମୁଖରେ ଗଣଧାରଣା ଦେବାସହ ପ୍ରଧାନମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ନେତା ଓ କର୍ମୀ । ଆଚ୍ଛା ଦିନ୍‌ ଆୟେଗା କହି ଉଜ୍ୱଳା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ ସିଲିଣ୍ଡର ଦେଇ ଲୋକଙ୍କୁ ଭୁଆଁ ବୁଲାଇଛି ଏହି ମିଛୁଆ ସରକାର । ବିଭିନ୍ନ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ସହ ରନ୍ଧନ ଗ୍ୟାସର ମଧ୍ୟ ଅହେତୁକ ଦର ବୃଦ୍ଧି ହୋଇଛି । ଯେତେଦିନ ପର୍ଯ୍ୟନ୍ତ ମୋଦି ସରକାର ଦରଦାମ କମାଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ଏବଂ ଆଗକୁ ଆହୁରି ତୀବ୍ରତର ହେବ ଏହି ଆନ୍ଦୋଳନ ବୋଲି କହିଛନ୍ତି କର୍ମୀ ଓ ନେତା ।

hiranchal ad1
Leave A Reply

Your email address will not be published.

15 − four =